jsm

ନିଶା ସେବନ ବିରୁଦ୍ଧରେ ଆନ୍ତର୍ଜତୀୟ ଦିବସ ପାଳିତ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଶ୍ରୀ ରାମ କୃଷ୍ଣ ଆଶ୍ରମର ମିଳିତ ଆନୁକୁଲ୍ୟରେ ମ.ରାମପୁର ବ୍ଲକ୍ ସିଂହପୁର ପଞ୍ଚାୟତ କୁଟ୍ରୁ ପଲା ଗ୍ରାମଠାରେ ନିଶା ସେବନ ଓ ବେଆଇନ କାରବାର ବିରୁଦ୍ଧରେ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇ ଯାଇଛି । ଆଶ୍ରମର ସହ ସଂପାଦକ ସ୍ୱାମୀ ବିରେଶାନନ୍ଦ ମହାରାଜଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ କଦମ୍ ସାଇ ପାତ୍ର, ସମ୍ମାନିତ ଅତିଥି ମ.ରାମପୁର ଅବକାରୀ ଅଧିକାରୀ ବିଶେଶ୍ୱର ରାଓ, ଅବକାରୀ ବିଭାଗ ପକ୍ଷରୁ ବିନୋଦିନୀ ମହାଲିଙ୍ଗ, ସିଆରୀ ହରିଜନ ମଞ୍ଚାସୀନ ରହି ନିଶା ଏବଂ ଏହାର ବେଆଇନ କାରବାର ବିରୁଦ୍ଧରେ ଲୋକଙ୍କୁ ସଚେତନ କରିଥଲେ । ଏହି ଅବସରରେ ଗ୍ରାମରେ ଏକ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରା ଯାଇଥିଲା । ମଞ୍ଚରେ ଅତିଥିମାନେ ଦୀର୍ଘ ସାତ ବର୍ଷ ନିଶା ସେବନରୁ ନିଜକୁ ସମ୍ପୂର୍ଣ୍ଣ ମୁକ୍ତ ରଖିଥିବା ପ୍ରଶାନ୍ତ ସେଠୀଙ୍କୁ ଦୁଇ ହଜାର ଟଙ୍କା ଓ ଉପଢ଼ୌକନ୍ ଦେଇ ସମ୍ମାନିତ କରି ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ନିଶା ନିବାରଣ ଥଇଥାନ କେନ୍ଦ୍ରର ପରାମର୍ଶଦାତା ବଟ କିଶୋର ପ୍ରଧାନ, ଯଶୋବନ୍ତ ଦାସ, ଧର୍ମୁ ତାଣ୍ଡି, ଲକ୍ଷ୍ମୀ କାନ୍ତ କର୍ଣ୍ଣ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.