
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଲାଠିକଟା ବ୍ଲକରେ ଗତକାଲି ୮୦ତମ ସ୍ୱାଧୀନତା ଦିବସ ମହାଆଡମ୍ବରରେ ପାଳନ ହୋଇଯାଇଛି । ଲାଠିକଟା ବ୍ଲକରେ ଥିବା ଜଲଦା ଗ୍ରାମ ପଞ୍ଚାୟତ ସ୍ଥିତ ମିନି ଷ୍ଟାଡିୟମ ପରିଷରରେ ବ୍ଲକ ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ସ୍ୱାଧୀନତା ଦିବସ ଉତ୍ସବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ଏକ ଉତ୍ସବରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ବକ୍ତବ୍ୟ ମାଧ୍ୟମରେ ଦେଶ ସ୍ୱାଧୀନତା ପ୍ରାପ୍ତି ପାଇଁ ନିଜ ଜୀବନକୁ ବଳିଦାନ ଦେଇଯାଇଥିବା ଅସଂଖ୍ୟ ମହାନ ବିଭୁତିମାନଙ୍କ ସ୍ମୃତିଚାରଣ କରିବା ସହିତ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ସମସ୍ତେ ଦେଶ ମାତୃଭୂମି ପ୍ରତି ସମର୍ପଣ ଭାବନା ନେଇ ନିଜ ନିଜର ଦାୟୀତ୍ୱ ନିର୍ବାହ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସତ୍ଵାଧିକ ଜନତା ମଧ୍ୟ ଭାଗ ନେଇଥିଲେ ।