ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପୁରୀ ଗୋବର୍ଦ୍ଧନ ପୀଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୮୪ତମ ପ୍ରାକଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆଦିତ୍ୟ ବାହିନୀ ଏବଂ ଆନନ୍ଦବାହିନୀର ସଦସ୍ୟମାନଙ୍କ ଦ୍ୱାରା ପୀଠ ପରମ୍ପରା ଅନୁଯାୟୀ ଆଦି ଶଙ୍କରାଚାର୍ଯ୍ୟ ଏବଂ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପୂର୍ଜାର୍ଚ୍ଚନା ପରେ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆନନ୍ଦିନୀ ସାହୁ, ମଞ୍ଜୁଲତା ସାହୁ, ଅଳ୍ପନା ସାହୁ, ସବିତା ସାହୁ, ରାମେଶ୍ୱରୀ ସାହୁ, ମଞ୍ଜୁ ସାହୁ, ଦାମ ମହାରଣା, ରାଜଶ୍ରୀ ସାହୁ, ରମେଶ ସାହୁ, ପ୍ରକାଶ ସାହୁ, ମାନସ ସାହୁ, ବଂଶୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
