ପୂଜ୍ୟପୂଜା ସେବା ସଂଗଠନର ସାଂଗଠିକ ସଭା ଓ ପ୍ରତିଷ୍ଠା ଦିବସ ଏବଂ ପାର୍ବତୀ ଗିରି ଶ୍ରାଦ୍ଧ ପାଇଁ ପ୍ରସ୍ତୁତି ବୈଠକ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ଦୁଇ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ଏବଂ ସଂଗଠନର ପ୍ରତିଷ୍ଠା ଦିବସ ସହିତ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ ପାଇଁ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୋଷାଧ୍ୟକ୍ଷ ଚୁଡେନ୍ଦ୍ର କୁମାର ବେହେରା ବାର୍ଷିକ ଆୟ ବ୍ୟୟ ବିବରଣୀ ପ୍ରଦାନ କଲା ପରେ ପାର୍ବତି ଗିରିଙ୍କ ଶ୍ରାଦ୍ଧ ଦିବସ ଆସନ୍ତା ତାରିଖ ୨୩.୦୮.୨୦୨୬ରେ ପାଳନ କରିବା ପାଇଁ ସ୍ଥିର ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଶିଷ୍ଟ ଶିକ୍ଷାବିତ କପିଳ ପତି ଓ ଡ. ପ୍ରେମଚାନ୍ଦ ମହାନ୍ତିଙ୍କ ପର୍ଯ୍ୟବେକ୍ଷକତାରେ ଦୁଇ ବାର୍ଷିକ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଏହି ମନୋନୟନର ସର୍ବ ସମ୍ମତି କ୍ରମେ ସ୍ଥିର ହୋଇଥିଲା । ଆଗାମୀ ୨୦୨୬-୨୭ ଓ ୨୦୨୭-୨୮ ବର୍ଷ ନୂତନ କମିଟି କାମ କରିବ । ଏଥିରେ କେଶବ ଚନ୍ଦ୍ର ମିଶ୍ର ସଭାପତି, ମଧୁ ସାହୁ ଉପସଭାପତି, ସୁନାଧର ବନଛୋର ସଂପାଦକ, ସୀତାଂଶୁ ନାୟକ ସହ-ସଂପାଦକ, ଚୁଡେନ୍ଦ୍ର ବେହେରା କୋଷାଧ୍ୟକ୍ଷ, ଦୁର୍ଗା ସାହୁ କାର୍ଯ୍ୟକ୍ରମ ପ୍ରସାରଣ ସଂପାଦକ ଓ ଧିରେନ୍ଦ୍ର ନାରାୟଣ ସିଂଦେଓ ପରିଚାଳନା ସଂପାଦକ ଭାବେ ମନୋନୀତ ହୋଇଥିଲେ । ସେହିପରି କାର୍ଯ୍ୟକାରୀ କମିଟିକୁ ଡା. ଅଶୋକ କୁମାର ସେଠି, ଶୁଭେନ୍ଦ୍ର ନେପାକ, ହୃଷିକେଶ ପୁରୋହିତ, ରତ୍ନମୟ ତ୍ରିପାଠି, ମଦନ ମୋହନ ରଥ, କସ୍ତୁରୀ ରଥ, ଅରୁଣ ଖୁଆସ, ନିହାରିକା ମିଶ୍ର, ପ୍ରଶାନ୍ତ ଷଡଙ୍ଗୀ, ମାଳତୀ ଉଦ୍‌ଗାତା ଓ ସଂଯୁକ୍ତା ମିଶ୍ର ମନୋନୀତ ହୋଇଥିଲେ । ସେହିପରି ଅନୁଷ୍ଠାନକୁ ମାର୍ଗ ଦର୍ଶନ ଦେବା ପାଇଁ ଉପଦେଷ୍ଟା ମଣ୍ଡଳିରେ ଅଛନ୍ତି ଡା. ଜ୍ୟୋସ୍ନାମୟୀ ମହାପତ୍ର, କପିଳ ପତି, ଜଗଦାନନ୍ଦ ଛୁରିଆ, ଜୟରାମ ମିଶ୍ର, ଗିରିଜା ଶଙ୍କର ରଥ, ଡ. ପ୍ରେମ·ନ୍ଦ ମହାନ୍ତି ଓ ଧର୍ମବ୍ରତ ରଥ । ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଭଲ କାମ କରିବାକୁ କପିଳ ପତି ପରାମର୍ଶ ଦେଇଥିଲେ । ଶେଷରେ ଅରୁଣ ଖୁଆସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.