
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଓ ନିର୍ଝରିଣୀ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗ୍ରାମର ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ସମାଜସେବୀ ମାନଙ୍କୁ ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ସମସ୍ତେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ । ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ, ଗାୟତ୍ରୀ ପରିବାରର ସଭ୍ୟ ଅଜୟ ଅଗ୍ରୱାଲ, ନୀଳେନ୍ଦୁ ବେହେରା ନିଶାମୁକ୍ତ ସମାଜ ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତେ ପରିଶେଷରେ ନିଶା ନକରିବା ପାଇଁ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଥମିର ଛତ୍ରିଆ, କିଶୋର ବରିହା, ଗଣେଶ ସୋନୀ, ନୀରଜ ଅଗ୍ରୱାଲ, ସୂର୍ଯ୍ୟ ନାରାୟଣ ବେହେରା, ଶ୍ରୀକାନ୍ତ ବେହେରା, ଶଶୀଧର ନିଆଲ, ରାଏସିଂ ମାଝୀ ସହଯୋଗ କରିଥିଲେ । ପରିଶେଷରେ ନିର୍ଝରିଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ତାପରେ ସମସ୍ତଙ୍କୁ ବିସ୍କୁଟ, ପିଇବା ପାଣି ଓ ଚକୋଲେଟ ବଣ୍ଟନ କରାଯାଇଥିଲା ।