csstore

ବୀର ବାଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ପାଟଣେଶ୍ୱରୀ ମଣ୍ଡଳ ପକ୍ଷରୁ ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ସଂପାଦିକା ତଥା କାର୍ଯ୍ୟକ୍ରମର ସଂଯୋଜିକା ସରିତା ଯୋଷୀଙ୍କ ନେତୃତ୍ୱରେ ବୀର ବାଲ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥ୍‌ô ଭାବେ ବିଧାୟକ ପ୍ରାର୍ଥି ଗୋପାଳଜୀ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତ୍ରୀ ପଙ୍କଜିନୀ ପଣ୍ଡା, ଆରତୀ ଗୁରୁ, ଅର୍ଚ୍ଚନା ପାତ୍ର, ସସ୍ମିତା ବେହେରା, ବନଶ୍ରୀ ଆଚାର୍ଯ୍ୟ, ଶିକ୍ଷାବିତ ସଂଜୟ ପାଣିଗ୍ରାହୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବୀର ବାଲ ଦିବସ ପାଳନର ମହତ୍ୱ ଓ ବଳିଦାନ ରାଜକୁମାରଙ୍କ ଶୌର୍ଯ୍ୟ ଏବଂ ବୀରତ୍ୱ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ମଣ୍ଡଳ ସଭାପତି ପାର୍ଥ କର୍ଣ୍ଣ ଓ ଦେବବ୍ରତ ମିଶ୍ର ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ସଂପାଦିକା ଶ୍ରୀମତୀ ଯୋଷୀ ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥିଲେ ।

jayashree
Leave A Reply

Your email address will not be published.