ରେନବୋ ପବ୍ଲିକ ସ୍କୁଲରେ ହିନ୍ଦୀ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ରେନବୋ ପବ୍ଲିକ ସ୍କୁଲ, ବରଗଡ଼ ପରିସରରେ ଗତକାଲି ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁକ୍ତା ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ରାଧାକୃଷ୍ଣ ବିଶ୍ଵକର୍ମା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ରାଜୀବ ଲୋଚନ ଭୋଇ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଚିତ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ମୁଖ୍ୟ ବକ୍ତା ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିବା ବେଳେ ସ୍କୁଲ ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର ଓ ପରିଚାଳନା କମିଟି ସମ୍ପାଦିକା ଶ୍ରୀମତୀ ଚନ୍ଦନା ରଥ ହିନ୍ଦୀ ଭାଷାର ଆଦୃତି ବୃଦ୍ଧି ଦିଗରେ ସଚେତନ ହେବାକୁ ଆହ୍ୱାନ କରିଥିଲେ । ଏହାପରେ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ରାଜୀବ ଲୋଚନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × two =