csstore

ଜଗନ୍ନାଥ ଡିଗ୍ରୀ କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ, ସାହାଜବାହାଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ଭୋଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପରିଚାଳନା କମିଟିର ସଦସ୍ୟ ଚିତ୍ରସେନ ବଗର୍ତ୍ତୀ ଯୋଗ ଓ ପ୍ରାଣାୟମ ଅଭ୍ୟାସ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, କଲେଜ କର୍ମଚାରୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ । ପରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ କବିରାଜ ଭୋଇ, ଶାନ୍ତନୁ କୁମାର ପାତ୍ର, ସଂଜୀବ କୁମାର ପାତ୍ର, ପ୍ରମୋଦ କୁମାର ବରାଡ, ହିମାଂଶୁ ଶେଖର ବାରିକ, ଅଧ୍ୟାପିକା ନିକିତା ଥପା, ମଦନ ଲାଲ ପଣ୍ଡା, ଅରୁଣ କୁମାର ଯୋଷୀ, କିଶୋର ହୋତା, ସଦାନନ୍ଦ ଡାଙ୍ଗ, ରଙ୍ଗାଧର ହୋତା, ଗୋବର୍ଦ୍ଧନ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.