jsm

ଆଠ ଦଫା ଦାବୀରେ ଗୁଞ୍ଜିଲା ଖପ୍ରାଖୋଲ ବ୍ଲକ : ମିଶନ ଶକ୍ତି ଓ ଏମ୍‌ବିକେ ମହିଳାମାନଙ୍କ ଅନିର୍ଦ୍ଧିଷ୍ଟକାଳୀନ ଧର୍ମଘଟ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ପରିସର ସୋମବାରଠାରୁ ଉତ୍ତେଜନାମୟ ପରିସ୍ଥିତିରେ ପରିଣତ ହୋଇଛି । ମିଶନ ଶକ୍ତି ଏବଂ ଏମ୍‌ବିକେ ମହିଳା ମାଧୁରୀ ଦୀପ, ସସ୍ମିତା ସରାଫ, ନିରୁପମା ମିଶ୍ର ଏବଂ ସୁଚିତ୍ରା ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଏକାଠି ହୋଇ ନିଜର ଆଠ ଦଫା ଦାବୀ ପୂରଣ ପାଇଁ ଅନିର୍ଦ୍ଧିଷ୍ଟକାଳୀନ ଧର୍ମଘଟରେ ବସିଥିବାରୁ ସମଗ୍ର କାର୍ଯ୍ୟାଳୟ ପରିବେଶ ଆନ୍ଦୋଳନମୟ ହୋଇଯାଇଛି । ଦିନରୁ ଦିନ ସରକାରଙ୍କୁ ଦାବୀ ଦେଇଥିଲେ ମଧ୍ୟ ସେଥିରେ କୌଣସି ପଦକ୍ଷେପ ନ ନେଇଥିବାରୁ, ଅସନ୍ତୋଷିତ ମହିଳାମାନେ ବିକଳ୍ପହୀନ ହୋଇଛନ୍ତି । ଆନ୍ଦୋଳନକାରୀ ମାନଙ୍କ କହିବା ଅନୁସାରେ, “ଆମେ ବର୍ଷକାଳ ଧରି ଶ୍ରମ କରୁଛୁ, କିନ୍ତୁ ଯଥାର୍ଥ ପାରିଶ୍ରମିକ ଓ ସୁରକ୍ଷିତ ନିଯୁକ୍ତିରୁ ବଞ୍ଚିତ । ସରକାର ମାତ୍ର ଆଶ୍ୱାସନ ଦେଇଛନ୍ତି, କିନ୍ତୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ ନାହିଁ ।” ନାରୀ ନେତୃତ୍ୱମାନେ ଆଗରୁ ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଆକାଉଣ୍ଟ ପେ, ପ୍ରୋପମାନ୍ସ ବୋନସ ଓ ରେଭେନ୍ୟୁ ଭିଲେଜ ପ୍ରୋତ୍ସାହନ ବନ୍ଦ, ଛଅ ମାସର ବକେୟା ରାଶି ମୁକ୍ତି, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଭଳି ଦାବୀଗୁଡିକୁ ଉଠାଇଥିଲେ । ଏନେଇ ଖପ୍ରାଖୋଲ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ କହିଛନ୍ତି “ମିଶନ ଶକ୍ତି ଓ ଏମ୍‌ବିକେ ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଦାବୀପତ୍ରକୁ ଆମେ ପ୍ରାପ୍ତ କରିଛୁ । ସେମାନଙ୍କର ଦାବୀଗୁଡିକୁ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯିବ । ଜିଲ୍ଲା ସ୍ତରରେ ଯାହା ଆଲୋଚନା ହେବ ଏଥିରେ ଉପଯୁକ୍ତ ସମାଧାନ ମିଳିବା ପାଇଁ ପ୍ରୟାସ କରାଯିବ ।

yuvodaya
Leave A Reply

Your email address will not be published.