oom

ଆଠଗାଁ ଧରମସିଂ ମାନଧାତା ଶୃତି ଗଠନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକ ଆଠଗାଁ ଧରମସିଂ ମାଝୀ ମାନଧାତାଙ୍କୁ ଐତିହାସିକ ସ୍ୱୀକୃତି ଏବଂ ସଂରକ୍ଷଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ଆଜି ଗାଁର ପାଠାଗାର ଠାରେ ଆୟୋଜିତ ଏକ ବୈଠକ ଗତ କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶା ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପରିଦର୍ଶନ ପରେ ଏହି ବିଷୟରେ ଆଲୋଚନା କରାଯାଇଥିଲା । ପରେ ଏହାର ପ୍ରଚାର ପ୍ରସାର ତଥା ସଂରକ୍ଷଣ ପାଇଁ ସର୍ବସମ୍ମତି କ୍ରମେ ଏକ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ବତନ ବିଡିସିସି ବ୍ୟାଙ୍କ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ସାଧାରଣ ସମ୍ପାଦକ ଭାବରେ ବିଜେଡି ନେତା ନିହାର ରଞ୍ଜନ ବେହେରାଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପସଭାପତି ଭାବରେ ରାଜେନ୍ଦ୍ର ହୋତା, ପପୁନ ବେହେରା, ଉପଦେଷ୍ଟା ଭାବେ ବିପିନ ବିହାରୀ ଭୋଇ, ସୁଦାମ ଚରଣ ସାଣ୍ଢ, ବିନୋଦ କାଳସାଏ, ନିଖିଳ ବହିଦାର, ଯୋଗେଶ୍ୱର ସିଂ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଖୁବ ଶୀଘ୍ର ଧରମସିଂ ମାନଧାତାଙ୍କ ଭଗ୍ନ ଅବସ୍ଥାରେ ଥିବା ମହଲ, ମନ୍ଦିରର ସଂରକ୍ଷଣ କରିବାକୁ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇ ଥିଲା । ସୂଚନା ମତେ, ଅବହେଳିତ ଅବସ୍ଥାରେ ପଡି ରହିଥିବା ଏହି ମହଲ ଏବଂ ମନ୍ଦିରର ସଂରକ୍ଷଣ ଏବଂ ବିକାଶ ପାଇଁ ଗତ ୨୦୧୭ ମସିହାରୁ ପରିବର୍ତ୍ତନ ଅନୁଷ୍ଠାନ ତରଫରୁ ଉଦ୍ଧାର କରାଯାଇଛି । ଏଥି ସହିତ ପରିବର୍ତ୍ତନ ଏବଂ ଆଠଗାଁବାସୀଙ୍କ ଉଦ୍ୟମରେ ଦୁଇ ବର୍ଷ ହେବ ଆଠଗାଁ ମହୋତ୍ସବ ଆୟୋଜନ କରିଆସୁଛନ୍ତି । ଏବେ ଉଭୟ ପରିବର୍ତ୍ତନ ଆଠଗାଁ ଏବଂ ଧରମସିଂ ମାନଧାତାଙ୍କ ବଂଶ ଧରଙ୍କୁ ନେଇ ଏକ ଶୃତି ଗଠନ କରାଯାଇଛି ।

jittmm
Leave A Reply

Your email address will not be published.