om academy

ଯୁବା ସମବାୟ ସମିତି ଧାନ ମଣ୍ଡି : ଧାନ କିଣାରେ ମହାଦୁର୍ନୀତି ଅଭିଯୋଗ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଯୁବା ସେବା ସମବାୟ ସମିତିରେ ମହା ଦୁର୍ନୀତି ଅଭିଯୋଗ କରି ଧାନ ବୋଝେଇ ଟ୍ରକକୁ ଛାଡ଼ିଲେନି ଚାଷୀ । ସୂଚନା ଅନୁସାରେ ଗତକାଲି ଚାଷୀଙ୍କ ଧାନ ଠିକ୍ ସମୟରେ ଉଠି ନଥିବାରୁ ଚାଷୀମାନେ ଓଆର୍୦୩ବି୨୮୮୯ ଟ୍ରକଟିକୁ ଦୀର୍ଘ ସମୟ ଧରି ଅଟକ ରଖିଛନ୍ତି । ଘଟଣାସ୍ଥଳକୁ ପାଟଣାଗଡ଼ ଏଏସ୍‌ଓସି ମାୟାଧର ସାହୁ ସମାଧନ କରିବାକୁ ଆସିଥିଲେ । ହେଲେ ଚାଷୀ ନାରାଜ୍, କାହିଁକି ନା ଗତବର୍ଷ ଏହି ଏସ୍‌ସିଏସ୍‌ ବହୁ ଦୁର୍ନୀତିରେ ଲିପ୍ତ ଥିବାର ସମସ୍ତ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଗତବର୍ଷର ଦୁର୍ନୀତିକୁ ଆଖି ଆଗରେ ରଖି ଚାଷୀମାନେ ଆଗରୁ ସଜାଗ ହୋଇ ଗାଡିକୁ ଅଟକ ରଖିଥିବା ସୂଚନା ମିଳିଛି । ଗତବର୍ଷ ୨୦୨୦ରେ ଏହି ଧାନ ମଣ୍ଡିରେ ବହୁ ଜାଳିଆତି କରି ଧାନ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଆଜି ପୁଣି ବେପାରୀମାନଙ୍କ ଧାନ ଉଠାଇବା ବେଳେ ଟ୍ରକକୁ ଚାଷୀ ବିପିନ ବରିହାଙ୍କ ନେତୃତ୍ବରେ ଧର୍ମବୀର ସାହୁ, ଦେବାର ମେହେର, ନିତ୍ୟାନନ୍ଦ ଆଚାର୍ଯ୍ୟ, କଳାକାହ୍ନୁ ପୁଟେଲ, ଯୁବରାଜ ସାହୁ, ରୋହିତ ଦଣ୍ଡସେନା ପ୍ରମୁଖ ଟ୍ରକକୁ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ଅଟକାଇ ରଖିଥିଲେ । ଯୁବା ସମବାୟ ସମିତି ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

eighteen − 13 =