pakka

ଧାନ ରେଜିଷ୍ଟ୍ରେସନ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ : ପ୍ରଦୀପ ପୁରୋହିତ

bbehera
  • ରାଜ୍ୟରେ ଚାଲିଥିବା ସାର କଳାବଜାରକୁ ତୁରନ୍ତ ବନ୍ଦ କରାଯାଉ
  • ରାଜ୍ୟର କଳାବଜାରୀ ବେପାରୀଙ୍କ ବିରୋଧ ଫୈଜଦାରୀ ମୋକଦ୍ଦମା ରୁଜ୍ଜୁ କରାଯାଉ

ଭୁବନେଶ୍ୱର, (ନିରୋଜ କୁମାର ପାଣୀ) : ଖରିଫ ଋତୁରେ ଧାନ ବିକ୍ରି ପାଇଁ ଚଳିତ ବର୍ଷ ମାସ ୧୫ ତାରିଖରୁ ଚାଷୀମାନେ ପଞ୍ଜିକୃତ କରିବାର କାର୍ଯ୍ୟ ରାଜ୍ୟର ସେବା ସମବାୟ ମାନଙ୍କ ଜରିଆରେ ଆରମ୍ଭ ହୋଇଛି । ସେବା ସମବାୟ ସମିତି ସୋସାଇଟି ଗୁଡିକରେ ଏବେ ଚାଷୀଙ୍କୁ ରଣ ପ୍ରଦାନ, ଫସଲ ବୀମା ପ୍ରିମିୟ ଟଙ୍କା ଜମା ଆଦି କାର୍ଯ୍ୟ ମଧ୍ୟ ଚାଳିଛି । ଅଧିକାଂଶ ସୋସାଇଟିରେ କର୍ମଚାରୀଙ୍କ ଘୋର ଅଭାବ ଅଛି । ଗୋଟିଏ ମାସ ଭିତରେ ଯେତେ ଚାଷୀ ଧାନ ବିକ୍ରୀ ପାଇଁ ପଞ୍ଜୀକୃତ କରିବା ପାଇଁ ଚାହିଁବେ ସମସ୍ତ ଚାଷୀ ପଞ୍ଜୀକୃତ କରିପାରିବା ଭଲି ସମ୍ଭାବନା ଦେଖାଯାଉ ନାହିଁ । ତେଣୁ ଧାନ ବିକ୍ରୀ ପାଇଁ ଚାଷୀଙ୍କ ପଞ୍ଜୀକୃତ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ପାଖରେ ଦାବୀ କରିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ । ସେହି ପରି ସାର କଳାବଜାରକୁ ନେଇ ଶ୍ରୀ ପୁରୋହିତ ଚିନ୍ତା ପ୍ରକଟ କରିଛନ୍ତି । ଚାଷୀ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ରାଜ୍ୟରେ ସାରର କଳାବଜାର ଆରମ୍ଭ ହୋଇଗଲାଣି । ସାରା ରାଜ୍ୟରେ ସାର କଳାବଜାର ବେପାରୀ ମାନେ ପୁଣି ଥରେ ସକ୍ରିୟ ହୋଇ ଉଠିଲେଣି । ୟୁରିଆ ସାର ସରକାରୀ ଦର ୨୨୬ଟଙ୍କା ୫୦ ପଇସା ଥିବା ବେଳେ ଏବେ ରାଜ୍ୟର ବିଭିନ୍ନ ଖୋଲା ବଜାରରେ କଳାବଜାରୀ ମାନେ ୪ ଶହ ଟଙ୍କାରେ ବିକ୍ରି କରିବା ଆରମ୍ଭ କରିଛନ୍ତି । ସେହିପରି ଡିଏପି ସାର ୧୨ ଶହ ଟଙ୍କା ସରକାରୀ ଦରରୁ ୧୬ ଶହ ଟଙ୍କା, ପଟାସ ୯୭୫ ଟଙ୍କାରୁ ୧୧ ଟଙ୍କାରେ କଳାବଜାରରେ ବିକ୍ରି ଚାଲିଛି । ରାଜ୍ୟରେ ଚାଳିଥିବା ସାରର କଳାବଜାରକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଢ ପଦକ୍ଷେପ ନିଆଯାଉ ଏବଂ ରାଜ୍ୟର ସମସ୍ତ କଳାବଜାରୀ ବେପାରୀଙ୍କ ବିରୋଧରେ ଫୌଜଦାରୀ ମକୋଦ୍ଦମା ରୁଜୁ କରାଯାଉ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି । ସମବାୟ ବିଭାଗ ସଚିବ ବୀର ବିକ୍ରମ ଯାଦବ ଓ କୃଷି ବିଭାଗ ଶାସନ ସଚିବ ସୁରେଶ ବଶିଷ୍ଟଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

three × five =

error: Content is protected !!