pakka

ବାଇକ ଓ ସାଇକେଲ ଧକ୍କା : ମହିଳା ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବାଇକ ଓ ସାଇକେଲ ଧକ୍କାରେ ମହିଳା ଗୁରୁତର ଆହତ । ଆହତ ମହିଳାଙ୍କୁ ସୋନପୁର ହସପିଟିଲରେ ଭର୍ତ୍ତି । ସୂଚନା ପ୍ରକାରେ ଲୋକାପଡା ଗ୍ରାମର ବରୁଣ ବିଶ୍ୱାଳ ନିଜ ସ୍ତ୍ରୀ ସହ କୌଣସି କାମରେ କଣ୍ଟାମାଳ ଯାଇଥିଲେ ଏବଂ ସେଠାରୁ ଘରକୁ ଫେରୁଥିବା ସମୟରେ ରୁଣ୍ଡିମହୁଲ ନିକଟ ଶଶୀମୁଣ୍ତା ଛକରେ ବାଇକର ଲାଇଟ ହଠାତ୍ ବନ୍ଦ ହୋଇଯିବାରୁ ସମାନଦିଗରୁ ପଲସାଗୋରା ଦିଗକୁ ଯାଉଥିବା ଲୋକାପଡା ଗ୍ରାମର ସାଇକେଲ ଆରୋହୀ କାଳିଆ ନାଗଙ୍କ ସହ ପଛପଟୁ ଧକ୍କା ହୋଇଥିଲା । ଫଳରେ ବାଇକ ପଛରେ ବସିଥିବା ମହିଳା ହରିପ୍ରିୟା ବିଶ୍ୱଳ ଭାରସାମ୍ୟ ହରାଇ ପଡିଯାଇ ଗୁରୁତର ଆତହ ହୋଇଛନ୍ତି । ସ୍ଥାନୀୟ ଲୋକେ ଖବର ଦେବାରୁ କଣ୍ଟାମାଳରୁ ଆମ୍ବୁଲାନ୍ସ ଆସି ଆହତଙ୍କୁ ସୋନପୁର ହସପିଟାଲକୁ ନିଆଯାଇଛି । ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

Leave A Reply

Your email address will not be published.

five × 2 =