jayashree

ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ମତଦାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ବାଚନୀ ସାକ୍ଷରତା କ୍ଲବ୍ (ଋକ୍ଷରମଗ୍ଧକ୍ଟକ୍ସବକ୍ଷ ଖସଗ୍ଧରକ୍ସବମଚ୍ଚ ଉକ୍ଷଙ୍କଭ) ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରବନ୍ଧ ରଚନା ଓ କୁଇଜ୍ ପ୍ରତିଯୋଗିତା ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଆୟୋଜିତ ହୋଇଯାଇ ଥିବାବେଳେ ଏହି ଦୁଇଟି ପ୍ରତିଯୋଗିତାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ପ୍ରବନ୍ଧ ରଚନା ଓ କୁଇଜ୍ ମାଧ୍ୟମରେ ସେମାନେ ନିଜର ସୃଜନଶୀଳତା, ଜ୍ଞାନ ଓ ନିର୍ବାଚନୀ ପ୍ରକ୍ରିୟା ସମ୍ପର୍କିତ ଦକ୍ଷତାର ପରିଚୟ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ନିର୍ବାଚନୀ ପ୍ରକ୍ରିୟା, ମତଦାନର ଗୁରୁତ୍ୱ ଓ ଦାୟିତ୍ୱସମ୍ପନ୍ନ ନାଗରିକ ହେବା ସମ୍ପର୍କରେ ଉତ୍ସାହିତ କରିଥିଲେ । କୁଇଜ୍ ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣ ପ୍ରଥମ ସତ୍ୟପ୍ରିୟ ବାରିକ, ବିରମହାରାଜପୁର ମହାବିଦ୍ୟାଳୟ, ଦ୍ୱିତୀୟରେ ଅନିତା ବୁଡ଼େକ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ସିନ୍ଧୋଲ, ଯଜ୍ଞାସିନୀ ମହାରଣା, ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ବିନିକା ତୃତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ପ୍ରବନ୍ଧ ରଚନା ପ୍ରତିଯୋଗିତାର ଶ୍ରେଷ୍ଠ ତିନିଜଣ ପ୍ରଥମ ଦେବାଶିଷ ପଧାନ, ଓଏଭି, ଝାରବାହାଲି, ଦ୍ୱିତୀୟରେ ରିତେଶ କୁମାର ରଥ, ମହାନଦୀ ଡିଗ୍ରୀ ମହାବିଦ୍ୟାଳୟ ଓ କୁନାଲ ସାହୁ, ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ, ବିନିକା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉଭୟ ପ୍ରତିଯୋଗିତାରେ ଶ୍ରେଷ୍ଠ ଦଶଜଣ ପ୍ରତିଯୋଗୀଙ୍କ ତାଲିକା ପ୍ରକାଶ କରାଯାଇଛି । ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁଯାୟୀ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ଦଶଜଣଙ୍କୁ ସେମାନଙ୍କ ପ୍ରଦର୍ଶନର ସ୍ୱୀକୃତି ସ୍ୱରୂପ ମେଧା ପ୍ରମାଣପତ୍ର ପ୍ରଦାନ କରାଯିବ । ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସାକ୍ଷରତା ବୃଦ୍ଧି, ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଦାୟିତ୍ୱସମ୍ପନ୍ନ ନାଗରିକ ଗଠନ ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ । ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, ସୁବର୍ଣ୍ଣପୁର ପକ୍ଷରୁ ସମସ୍ତ କୃତୀ ପ୍ରତିଯୋଗୀ ଓ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଯାଇଛି ।

Leave A Reply

Your email address will not be published.