ଦେଓଗାଁ ବିଜୟାନନ୍ଦ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀ ପାଇଁ ଧାରଣା ୫୫ଦିନରେ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସେପ୍ଟେମ୍ବର ମାସ ପ୍ରଥମ ଦିନରୁ ଦେଓଗାଁ ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳରେ ହୋଇ ଆସୁଥିବା ଚିନିକଳ ପୁନଃ କାର୍ଯ୍ୟକ୍ଷମ ପାଇଁ ଭିଲେଜର୍ଷ ଇଣ୍ଡିଆ ପାର୍ଟି ତରଫରୁ ଅନିଶ୍ଚିତ କାଳୀନ ଧାରଣା ଆଜି ୫୫ଦିନରେ ପହଞ୍ଚିଛି । ଦୀର୍ଘ ଦିନ ଧରି ଧାରଣା ବସି ଆସୁଥିଲେ ହେଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ମଧ୍ୟ ଦେଉ ନ ଥିବା ଅଭିଯୋଗ ହେଉଛି । ଆଜିର ଏହି ଧାରଣାସ୍ଥଳରେ ଭିଲେଜର୍ଷ ଇଣ୍ଡିଆ ପାର୍ଟି ଅଧ୍ୟକ୍ଷ ବିପିନ କୁଶଲିଆ, ପଶ୍ଚିମ ଓଡ଼ିଶା ସେବା ସଂଘ ଅଧ୍ୟକ୍ଷ ରାଜେଶ ବଗର୍ତ୍ତି, ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ ଅକ୍ଷୟ ପୂଟା, ଅଜିତ ରଣା, ଯୁଗେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 5 =