ପାଟଣାଗଡ ବଡପଡା ଠାରେ ୪ର୍ଥ ତମ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବଡପଡା ଠାରେ ସାର୍ବଜନୀନ ଗଜଲକ୍ଷ୍ମୀ ପୂଜା ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଏହି ବଡପଡାରେ ୪ର୍ଥତମ ବର୍ଷରେ ପଦାର୍ପଣ କରିଥିବା ଗଜଲକ୍ଷ୍ମୀ ପୂଜା ୧୯.୧୦.୨୦୨୧ରୁ କଳସ ସ୍ଥାପନ ସହ ଷୋଡ଼ଶ ଉପଚାରର ପୂଜାର୍ଚ୍ଚନା ପୁରାଣ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଆଳତି ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିବା ବେଳେ ଲକ୍ଷ୍ମୀ ନୃସିଂହ ବିବାହ କାର୍ଯ୍ୟ ବେଶ ମନଲୋଭା ହୋଇଥିଲା । ଏହା ୭ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ସହ କୋଭିଡ ନିୟମ ମାନି ଆଜି ସୋମବାର ସମାପନ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ଯୁଗଳ କିଶୋର ରାଉତ ଏବଂ ତାଙ୍କ ସହଧର୍ମିଣୀ ମଞ୍ଜୁଲତା ରାଉତ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ପଣ୍ଡିତ ଶାନ୍ତ ମଣି ମିଶ୍ର ପୂଜାର୍ଚ୍ଚନା କରିଥିଲେ । କନ୍ୟା ମାତା ପିତାଭାବେ ସତ୍ୟନାରାୟଣ ଦଲେଇ ଏବଂ ତାଙ୍କ ସହଧର୍ମିଣୀ ସନ୍ତୋଷିନୀ ଦଲେଇ ରହିଥିବା ବେଳେ ବ୍ୟାସ ଭାବରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପୁରାଣ ଶାନ୍ତନୁ ତ୍ରିପାଠୀ ଲକ୍ଷ୍ମୀ ପୁରାଣ ପଠନ କରିଥିଲେ । ବ୍ୟାସ ଶ୍ରୀ ତ୍ରିପାଠୀ ତାଙ୍କ ସୁମଧୁର କଣ୍ଠରେ ସ୍ଵର ଲୟ ତାଳ ଦ୍ଵାରା ଉପସ୍ଥିତ ଭକ୍ତ ପିପାସୁ, ମାଁ ମାଉସୀ ତଥା ଶ୍ରୋତା ମାନଙ୍କୁ ବିମୋହିତ ସହ ମନ୍ତ୍ରମୁଗ୍ଧ କରିପାରିଥିଲେ । ସଭାପତି ଚନ୍ଦ୍ର ଭାନୁ ପାତ୍ର, ଉପସଭାପତି ଗୋପିକ୍ରିଷ୍ଣା ମହାଲିଙ୍ଗ, ସଂପାଦକ ଜ୍ଞାନେନ୍ଦ୍ର ସାହାଣୀ, ସହ ସଂପାଦକ ରିଙ୍କୁ ଦରୁଆନ, କୋଷାଧ୍ୟକ୍ଷ ବୁଡୁଶବର ପ୍ରମୁଖଙ୍କ ପୂଜାକମିଟି କର୍ମକର୍ତ୍ତା ତତ୍ତ୍ଵାବଧାନରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକାରୀ କମିଟିର ସଦସ୍ୟ ଓ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ତଥା ବିଜୟ କୁମାର ଦାସ, ରାଧେକୃଷ୍ଣ ଦରୁଆନ, ବ୍ରଜକିଶୋର ରାଉତ, ଉପେନ୍ଦ୍ର ଦରୁଆନ, ଆନନ୍ଦ ଦଲେଇ, ସୁଜିତ କଦମ, ଟୁନାଦରୁଆନଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । ପ୍ରବନ୍ଧ ପରିଚାଳକ ଭାବେ ମୁନା ଦରୁଆନଙ୍କ ସହ ବଡପଡାବାସୀ ପୂର୍ଣ୍ଣ ସହଯୋଗ କରିଥିଲେ । ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

11 − nine =