ଜାତୀୟ ଯୋଗାସନ କ୍ରୀଡା ପାଇଁ ରାଜ୍ୟରୁ ୮୭ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୋଗାସନ ସ୍ପୋର୍ଟ ଆସୋସିଏସନ, ଓଡିଶା (ୱାଇଏସ୍‌ଓ) ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା । ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ୱାରା ମାନ୍ୟତା ପ୍ରାପ୍ତ କ୍ରୀଡା ସଂଘ ଅଟେ । ଯୋଗକୁ ଲୋକ ପ୍ରିୟ କରିବା ପାଇଁ ଗତ ବର୍ଷ ଭାରତ ସରକାର ଯୋଗକୁ କ୍ରୀଡା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ପଞ୍ଚ ଦିବସୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସବଜୁନିଅର, ଜୁନିଅର, ସିନିୟର ବର୍ଗର ଉଭୟ ବାଳକ ଓ ବାଳିକା ବିଭାଗରେ ପାରମ୍ପରିକ, କଳାତ୍ମକ ଓ ତାଳବଦ୍ଧ ଯୋଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବର୍ଗରୁ ଯଥାକ୍ରମେ ଆୟେଷା ପ୍ରିୟ ଦର୍ଶିନୀ, ଆଦିତି ମିଶ୍ର, କଳ୍ପନା ବଳିଆର ସିଂହ, କିଷାନ ରଥ, ଆଶିଷ କୁମାର କାଲୋ, ହିମାଂଶୁ ବେହେରା, ସିନଜା ଛାଟୋଇ, ଅର୍ପିତା ସ୍ୱାଇଁ, ସ୍ନେହାଶୁ ଦାସ, ସୁନୀଲ ମଲ୍ଲିକ, ସୌମେନ୍ଦୀୟ କୁମାର ସାହୁ, ରୋଜାଲିନ ବେହେରା, ପ୍ରଦୀପ କୁମାର ମହାପାତ୍ର, ସରୋବର ହୁସେନ ପାଇଦର, ଦିନେଶ କୁମାର ବେହେରା ଆଦି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବୋଲି କାର୍ୟ୍ୟକ୍ରମ ନିର୍ଦ୍ଦେଶକ ତଥା କିଟ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସଞ୍ଜୟ କୁମାର ପଣ୍ଡା ଓ ଅନୁଷ୍ଠାନର ସମ୍ପାଦକ ତଥା ଯୋଗ ଶିକ୍ଷକ ସରୋଜକାନ୍ତ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳାଧିପତି, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଡ. ରବିନାରାୟଣ ଆଚାର୍ୟ୍ୟ, ଦିବାକର ହରିଚନ୍ଦନ କୃତି ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ଅନୁଷ୍ଠାନର ରମାବଲ୍ଲଭ ମହାପାତ୍ର, ରଘୁନାଥ ସାହୁ, ନିଖିଳ ଦଲେଇ, ବିଥିକା ମହାନ୍ତି, ସସ୍ମିତା ରାୟ, ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଏହାର କ୍ୱାଟର ଫାଇନାଲ ଓ ସେମିଫାଇନାଲ ଭର୍ଚୁଆଲ ମୋଡରେ ହେବ । ପାରମ୍ପରିକ ଯୋଗର ଫାଇନାଲ ମ୍ୟାଚ ପ୍ରତ୍ୟକ୍ଷ ଭାବରେ ଅହମଦାବାଦରେ ୧୧-୧୨ ନଭେମ୍ବରରେ ଅନୁଷ୍ଠିତ ହେବାକୁଥିବା ବେଳେ କଳାତ୍ମକ ଓ ତାଳବଦ୍ଧ ଯୋଗ ଡିସେମ୍ବରରେ ବାଙ୍ଗାଲୋର ଠାରେ ହେବ ।

1 Comment
  1. Subhananda Mohanty says

    Very good & hope the best

Leave A Reply

Your email address will not be published.

3 × 3 =