om academy

ଜେଜିଏସ୍‌ ବସ୍‌ ମ୍ୟାନେଜର୍‌ ପ୍ରମୋଦ କୁମାର ରାୟଙ୍କ ଦେହାନ୍ତ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଲାଙ୍ଗିର-ଭୁବନେଶ୍ୱର ଜେଜିଏସ୍‌ ବସ୍‌ ମ୍ୟାନେଜର ପ୍ରମୋଦ କୁମାର ରାୟ(୫୭)ଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଘରୋଇ ବସ୍‌ ମାଲିକ ସଂଘ ତଥା ଘରୋଇ ବସ୍‌ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ରାୟ ମଧୁମେହ ରୋଗରେ ପୀଡ଼ିତ ହୋଇଥିବା ଯୋଗୁଁ ଗୋଡ଼ରେ ତାଙ୍କର ଘା’ ସୃଷ୍ଟି ହୋଇଥିଲା ଏବଂ ଅପରେସନ୍‌ ପାଇଁ ସେ କଟକର ଡାକ୍ତରଖାନାରେ ସେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ସ୍ୱର୍ଗତ ରାୟଙ୍କ ନିଜ ଘର ଜଗତସିଂହପୁର ହୋଇଥିଲେ ସୁଦ୍ଧା ଦୀର୍ଘ ଦିନରୁ କଟକ ଖାନ୍‌ନଗରରେ ସେ ବସବାସ କରୁଥିଲେ । ୨୨ ବର୍ଷ ଧରି ଜେଜିଏସ୍‌ ବସ୍‌ରେ ମ୍ୟାନେଜର୍‌ ଭାବରେ କାର୍ଯ୍ୟରତ ଥିବା ବେଳେ ସେ ଜଣେ କର୍ମଠ ତଥା ନିଷ୍ଠାପର ବ୍ୟକ୍ତି ଭାବରେ ଘରୋଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ବେଶ୍‌ ଜଣାଶୁଣା ହୋଇପାରିଥିଲେ ।

Leave A Reply

Your email address will not be published.