om academy

ଆଦର୍ଶ ଶିକ୍ଷକ ମହାଦେବ ସାହୁଙ୍କ ପରଲୋକ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାଗରପଡା ନିବାସୀ ଆଦର୍ଶ ଶିକ୍ଷକ ମହାଦେବ ସାହୁଙ୍କ ୭୬ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ରାଜକୁମାରୀ ସାହୁ, ଏକମାତ୍ର ପୁତ୍ର ସମୀର, ବୋହୁ, ତିନି ଝିଅ, ଜ୍ୱାଇଁ, ନାତି ନାତୁଣୀ ସମେତ ପରିବାର ବର୍ଗ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀ ଓ ଆତ୍ମୀୟ ସ୍ୱଜନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ପୁଇଁତଳା ବ୍ଲକ ଅର୍ନ୍ତଗତ ମହିମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ସ୍ୱର୍ଗତ ସାହୁ ବିଜ୍ଞାନ ଶିକ୍ଷକ ଭାବେ ଦୀର୍ଘ ବର୍ଷ ଶିକ୍ଷାଦାନ କରିଥିଲେ । ଅନ୍ତିମ ସଂସ୍କାର ଟିଟିଲାଗଡ ରୋଡ ନିକଟସ୍ଥ ଶ୍ମଶାନ ଘାଟରେ ସାମାଜିକ ଦୂରତ୍ୱ ବଜାୟ ପୂର୍ବକ ସମାହିତ ହୋଇଥିଲା । ପୁତ୍ର ସମୀର ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.