om academy

୩ ମାସ ହେଲା ଅଚଳ ପଡିଛି ନାଇକେନସିରା ଉପରପଡ଼ାର ନଳକୂପ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତିସରା ପଞ୍ଚାୟତ ନାଇକେନଶିରା ଗାଁର ଉପରପଡ଼ାରେ ଥିବା ଏକ ନଳକୂପ ଅଚଳ ହୋଇପଡିଛି । ଏହାକୁ ନେଇ ଉପରପଡା ମହିଳାମାନେ ପାନୀୟ ଜଳ ସମସ୍ୟା ଯୋଗୁଁ ତିବ୍ର ନିନ୍ଦା କରିଛନ୍ତି । ଏହି ନଳକୂପ ଦୀର୍ଘ ୩ ମାସ ଅଚଳ ହୋଇ ରହିଥିବାରୁ ଉପରପଡାର ମହିଳାମାନେ ପାଖରେ ଥିବା ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ଏକ ନଳକୂପରୁ ବହୁ କଷ୍ଟରେ ଜଳ ସଂଗ୍ରହ କରୁଛନ୍ତି । ଖରାର ତାତି ବଢ଼ିବାରେ ଲାଗିଥିବା ବେଳେ ପାନୀୟ ଜଳ ନ ପାଇ ଉପରପଡ଼ାବାସୀ ବହୁ ହଇରାଣ ହେଉଛନ୍ତି । ଫଳରେ ଏହି ନଳକୂପକୁ ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.