ବିଜୁ ଜନତା ଦଳ ଓ ନାଗରିକ କମିଟି ଆଗଲପୁର ତରଫରୁ ଯେଭଲିନ ଥ୍ରୋରେ ଆହତ ହୋଇଥିବା ସଦାନନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଦାନ କାର୍ଯ୍ୟକ୍ରମ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତଦୁଇ ଦିନ ତଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ପଂଚାୟତ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ସଦାନନ୍ଦ ମେହେର ଯେଭଲିନ ଥ୍ରୋରେ ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ସ୍ଥିତ ଆଇସିୟୁ ଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଶୀଘ୍ର ସୁସ୍ଥ କାମନା ପାଇଁ ବିଜୁ ଜନତା ଦଳ ଆଗଲପୁର ଓ ନାଗରିକ କମିଟି ଆଗଲପୁର ତରଫରୁ ଜଗନ୍ନାଥ ମନ୍ଦିର ପ୍ରାଣଙ୍ଗ ଠାରେ ଏକ ସମୂହ ଦୀପ ଦାନ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଆଗଲପୁର ବ୍ଲକ ଉପାଧ୍ୟାକ୍ଷା ନିରୁପମା ପଧାନ, ବିଜେଡି ବ୍ଲକ ସଭାପତି ପଞ୍ଚୁ ପଧାନ, ଯୁବ ବିଜେଡି ବ୍ଲକ ସଭାପତି ନାରାୟଣ ସାହୁ, ପ୍ରଶାନ୍ତ ଭୋଇ, ରାମ ଚନ୍ଦ୍ର ମେହେର, ହିମାଂଶୁ ବାଗ, ଜୟନ୍ତ ବେହେରା, ରବି ପଧାନ ଓ ଆଗଲପୁର ନାଗରିକ କମିଟି ସଦସ୍ୟ ବୃନ୍ଦ ଅଖିଲ ତ୍ରିପାଠୀ, ସେବକ ମେହେର, ଗୋପାଲ ଚାନ୍ଦ ଦାଶ, ଗଙ୍ଗାଧର ମେହେର, ରାଧାକାନ୍ତ ନାଏକ ପ୍ରମୁଖ ଉପସ୍ଥିତି ଥିଲେ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ସଦସ୍ୟ ବୃନ୍ଦ ସାହଯୋଗ କରିଥିଲେ ।

Leave A Reply

Your email address will not be published.