csstore

ଗଇଁନ୍ତଲା ଠାରେ ସମଲେଶ୍ଵରୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କାଲ୍‌ସାଇପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗଇଁନ୍ତଲା ଠାରେ ସମଲେଶ୍ଵରୀ କ୍ଲବ ତରଫରୁୁ ଅନୁଷ୍ଠିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଏଥିରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଷ୍ଣୁ ପଟେଲ, କୁରମଣି ସେଠ, ସଞ୍ଜୀବ ସେଠ, ରଘୁମଣି ନାଏକ, ବୁଲୁ ପଟେଲ, ବିରେନ୍ ବେହେରା, କମିଟି ସଦସ୍ୟ ବେଣୁଧର ମହାକୁର, ମିଥୁନ ମହାକୁର, ଅକ୍ଷୟ ମହାକୁର୍, ଧର୍ମେନ୍ଦ୍ର ମହାକୁର, ଦାମଦର୍ ଭୋଇ ନବୀନ ଭୋଇ, ସରୋଜ ଭାଟି, ମଧୁ ଭାଟି, ସନୁ ମହାକୁର, ରମେଶ ମହାକୁର, ରାଜେଶ ନାଏକ, ବୁଲୁ ମହାକୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଫୁଲ ବଗର୍ତ୍ତୀ, ସଞ୍ଜିବ ମାହର, ଶ୍ରବଣ କୁମାର ବାଗ ଖେଳ ପରିଚାଳନା କରିଥିଲେ । ତେବେ ଫାଇନାଲ ମ୍ୟାଚ୍‌ଟି କାଲ୍‌ସାଇପାଲି ଓ ବରକାନି ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କାଲ୍‌ସାଇପାଲି ୧-୦ ରେ ବିଜୟୀ ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ସହିତ ୭୦୦୦ ଟଙ୍କା ପୁରସ୍କାର ଭାବେ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.