centurian jitm

ହରିଶଙ୍କର ବୈଶାଖ ମେଳା ୫ ଦିନ କରିବାକୁ ଦାବି : ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

nschool

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ଗନ୍ଧମାର୍ଦ୍ଧନ ପାହାଡ ତଳେ ହରି ଓ ଶଙ୍କରଙ୍କ ମିଳନ ହେଉଥିବା ସ୍ଥାନରେ ଗତ ମଇ ମାସରୁ ବୈଶାଖ ମେଳା ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ପ୍ରଶାସନ ଆୟୋଜନ କରୁଛି । ତେବେ ଦେଖିବାକୁ ମିଳୁଛି ଯେ ନୃସିଂହନାଥ ମନ୍ଦିରରେ ପାଂଚ ଦିନ ଆୟୋଜିତ ହେଉଥିବା ବେଳେ ହରିଶଙ୍କର ଠାରେ ତିନି ଦିନ ଆୟୋଜିତ ହେଉଛି । ଏହି ଖବରଟି ଦେବୋତର ବିଭାଗ ସୂଚନା ଦେଇଥିବା ବେଳେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । କାରଣ ରାଜ୍ୟ ବାହାରୁ ଭକ୍ତମାନଙ୍କର ସମାଗମ ହେଉଥିବା ବେଳେ କାହିଁକି ଦୁଇ ଦିନ ବାଦ ପଡିଛି । ପ୍ରତିବର୍ଷ ୧କୋଟି ୧୨ଲକ୍ଷ ଟଙ୍କା ରାଜସ୍ୱ ଆୟ ହେଉଛି । ଏହାର ପୁନଃ ବିଚାର କରି ଦେବାଳୟ ସୁରକ୍ଷା କମିଟି ଏ ବାବଦରେ ଲିଖିତ ଭାବେ ପ୍ରଶାସନକୁ ଜଣାଉଛି ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମେଳାକୁ ଦୃଷ୍ଟି ଦେବା ପାଇଁ ମଧ୍ୟ ଆଜି ଲିଖିତ ଭାବେ ମୁଖ୍ୟମନ୍ତ୍ରୀ ତଥା ଓଡିଶା ସରକାର ଜିଲ୍ଲାପାଳଙ୍କୁ ଏ ବିଷୟରେ ସୁବିଚାର କରିବା ପାଇଁ ଏହି ଦାବିପତ୍ର ମାଧ୍ୟମରେ ପାଂଚ ଦିନ କରିବା ପାଇଁ ଦାବି ଜଣାଉଛି । ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଦେବାଳୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ୫ ଜଣିଆ କମିଟି ସଂପାଦକ ନରେନ୍ଦ୍ର କବାଟ, ଉପସଭାପତି ପ୍ରଶାନ୍ତ ମହାକୁର, ସୁଦର୍ଶନ ସାହୁ, ଶମ୍ଭୁ ପ୍ରସାଦ ଶତପଥି ଦାବିପତ୍ରକୁ ଉପସ୍ଥାପନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.