
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବରେ ବଲ୍ଲଭ ଧରୁଆ ଓ ଉପାଧ୍ୟକ୍ଷା ଭାବରେ ସୁଶ୍ରୀ ଜୟନ୍ତୀ ଭୋଇ ଦାୟିତ୍ୱ ଗ୍ରହଣ କରିଥିବା ଖବର ମିଳିଛି । ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଠାରୁ ଅଧ୍ୟକ୍ଷ ଭାବରେ ଶ୍ରୀ ଧରୁଆ ଓ ଉପାଧ୍ୟକ୍ଷା ଭାବରେ ସୁଶ୍ରୀ ଭୋଇ ନିଜ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସମୟରେ ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା ଶ୍ରୀବତ୍ସ ବେହେରା, ଗୋପାଳଜୀ ପାଣିଗ୍ରାହୀ, ଅମରଜିତ ପଟେଲ, ଡ଼. ଓମ୍ପ୍ରକାଶ ଯୋଶୀ, ମାଧବ ସାଏ, ରାଜ କିଶୋର ନାଏକ, ବାଳକୃଷ୍ଣ ଧରୁଆଙ୍କ ସହ ପ୍ରମୁଖ ବିଜେପି କର୍ମକତ୍ତା ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା ।