oom

ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

jsmm

ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ । ଭଦ୍ରକ ଜିଲ୍ଲା ଚରମ୍ପା ୧୬ ନମ୍ଵର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ସୂଚନାନୁଯାୟୀ, ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଡୁବୁରୀରୁ ଭୋଗରାଇ ଯାଉଥିବା ବେଳେ ଚରମ୍ପା ନିକଟରେ ଏକ ବାଲି ବୋଝେଇ ହାଇୱା ସାଇଡ୍ ମାରିଥିଲା । ଫଳରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ଓଭରବ୍ରିଜ୍‌ର ସାଇଡ୍ ଗାର୍ଡୱାଲ୍‌କୁ ଧକ୍କା ଦେଇ ତଳକୁ ଓଲଟି ପଡିଥିଲା । ତେବେ ଟ୍ରକ୍‌ର ଡ୍ରାଇଭର୍ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

jittmm
Leave A Reply

Your email address will not be published.