ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଷୋଡ଼ଶ ଦିନାତ୍ମକ ପୂଜା ପାର୍ବଣରେ ଷୋଡ଼ଶ ଉପଚାରରେ ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ରାମଚଣ୍ଡୀଙ୍କ ଶାରଦୀୟ ଦୁର୍ଗାପୂଜା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଛିଛି । ଅଗଣିତ ଭକ୍ତଙ୍କ ସମେତ ଦୈନିକ ସନ୍ଧ୍ୟାରେ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଯୋଗଦାନ ଫଳରେ ପାର୍ବଣ ଉତ୍ସବଟି ଶୁଭ ମଣ୍ଡିତ ହୋଇଆସୁଅଛି । ଦେବୀଙ୍କ ଶାରଦୀୟ ପୂଜାର ଚତୁର୍ଦଶୀ ଦିବସର ଷୋଡ଼ଶ ଉପଚାରରେ ବିଧିବିଧାନ ପରମ୍ପରା, ଅଖଣ୍ଡ ଦୀପଯଜ୍ଞ ଏବଂ ମହା-ଆରତୀର ଦୃଶ୍ୟ ଦେଖିବାକୁ ଶହସ୍ରାଧିକ ଭକ୍ତଙ୍କ ସମାଗମ ଏକ ନିଆରା ଆଲୋଡନ ସୃଷ୍ଟି କରିଛି । ଚତୁର୍ଦଶୀ ଦିବସରେ ମା’ ରାମଚଣ୍ଡୀଙ୍କ ଗୌରୀ ବେଶ ଦର୍ଶନରେ ଭକ୍ତ ବିମୋହିତ ହୋଇଛନ୍ତି । ଶନିବାର ଓଡିଶା ବିଧାନ ସଭାର ପୂର୍ବତନ ଉପ-ବାଚସ୍ପତି ତଥା ରାମଚଣ୍ଡୀ ପରିବାରର ବରିଷ୍ଠ ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମା’ ରାମଚଣ୍ଡୀ ପୀଠକୁ ଆସି ମା’ଙ୍କ ଦର୍ଶନରେ କୃତାର୍ଥ ଲାଭ କରିଛନ୍ତି । ଅଗଣିତ ଭକ୍ତଜନ ଦେବୀଙ୍କ ପାର୍ବଣରେ ଯୋଗଦେଇ ବିଭୂକୃପା ଲାଭ କରି ନିଜକୁ ଧନ୍ୟ ମଣିଛନ୍ତି ।
Prev Post