pakka

ନୂଆପଡା ପହଞ୍ଚିଲେ ଭୁଞ୍ଜିଆ ଦମ୍ପତ୍ତି

bbehera

ନୂଆପଡା, (ନିରାକାର ମେହେର) : ସାଧାରଣତନ୍ତ୍ର ଦିବସରେ ରାଜ ଅତିଥି ହୋଇ ରାଜପଥକୁ ଯାଇଥିଲେ ଭୁଞ୍ଜିଆ ଦମ୍ପତ୍ତି । ଦିଲ୍ଲୀରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ନୂଆପଡା ସୁନାବେଡାର ଏହି ଭୁଞ୍ଜିଆ ଦମ୍ପତ୍ତି । ବାହାରେ ରହିଲେ, ବାହାରେ ଖାଇଲେ ବୋଲି ତାଙ୍କୁ ସାମାଜିକ ରୀତିନୀତିରେ ଶୁଦ୍ଧି ହେବାକୁ ପଡିଥିଲା । ଆଜି ଦମ୍ପତ୍ତିଙ୍କୁ ସୁନାବେଡ଼ା ଅଭୟାରଣ୍ୟ ସୁନାବେଡ଼ାରେ ଜାତି ଭାଇଙ୍କୁ ଭୋଜି ଦେଇଥିଲେ । ନୂଆଦିଲ୍ଲୀରେ ରାଜ ଅତିଥି ହୋଇ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ନୂଆପଡା ଜିଲ୍ଲା ସୁନାବେଡାର ଭୁଞ୍ଜିଆ ଦମ୍ପତ୍ତି ଭୁଜବଳ ମାଝି ଓ କୁଞ୍ଜେଇ ଦେଇ ମାଝି । ଗତ ୨ ତାରିଖ ଦିନ ନୂଆଦିଲ୍ଲୀରୁ ନୂଆପଡା ପହଞ୍ଚି ଥିଲେ । ନୂଆପଡାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇ ସୁନାବେଡା ବାହାରି ଥିଲେ । ଫେରିବା ବାଟରେ ଚେରେଚୂଆଁ, ବଜାମଗାଁ ଓ ସୁନାବେଡାରେ ବନବାସୀ ଭବ୍ୟ ସ୍ୱାଗତ କରିଥିଲେ । ବାହାର ଖାଦ୍ୟ ଖାଇଲେ ବୋଲି ଅଛୁଆଁ ହୋଇଗଲେ । ରାତିରେ ନିଜ ଘରେ ଅଲଗା ଶୋଇ ଥିଲେ ଭୁଞ୍ଜିଆ ଦମ୍ପତ୍ତି ।

jay balangir
Leave A Reply

Your email address will not be published.

17 + 1 =