pakka

ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

bbehera

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ବନମାଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଧନେଶ୍ୱର ବିଶ୍ୱାଳ ଯୋଗଦାନ କରିଥିଲେ । ଛାତ୍ରଛାତ୍ରୀ ଅତିଥିମାନଙ୍କୁ ଚିତାକର୍ଷକ ନୃତ୍ୟ ପରିବେଷଣ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ସରପଞ୍ଚ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ କ୍ରୀଡା ପତାକାକୁ ଉତ୍ତୋଳନ କରି ଖେଳକୁ ଆରମ୍ଭ କରିଥିଲେ । ଏଥିରେ ଦୌଡ଼ ୧୦୦, ମିଟର ୨୦୦, ୪୦୦, ୮୦୦ ମିଟର ଦୌଡ଼ି ଥିବା ବେଳେ ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟ୍‌ଫୁଟ୍‌, ଡିସ୍କସ, ଗୀତ ନାଚ ପ୍ରଭୁତିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜ ଖେଳ ପ୍ରଦର୍ଶନ କରିଥିଲେ । ଖେଳକୁ ସୁଚାରୁରୂପେ ପରିଚାଳନା କରିଥିଲେ ଖେଳ ଶିକ୍ଷକ ସରୋଜ କୁମାର ବିଶ୍ୱାଳ, ସହଯୋଗ କରିଥିଲେ ଉକ୍ତ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ।

jay balangir
Leave A Reply

Your email address will not be published.

eight − 5 =