pakka

ଗୋଟିଏ ଜାଗାର ଦୁଇ ମାଲିକ : ଭୂମିହୀନ ଲୋକଙ୍କୁ ପଟ୍ଟା ମିଳିଲା, ଜାଗା ଚିହ୍ନଟ କେବେ ?

bbehera

ସଇଁନ୍ତଲା, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକ ପାଇଁ ଅନେକ ଗୋଡିଏ ଯୋଜନା କରିବା ସାଙ୍ଗକୁ ବସବାସ କରିବା ପାଇଁ ସୁବିଧା ସୁଯୋଗ ମଧ୍ୟ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନରାବାହାଲି ଓ ଚିଲବାହାଲି ଗାଁର ଭୂମିହୀନ ପରିବାରକୁ କିଛି ବର୍ଷ ତଳେ ୪ ଡିସିମିଲ ଲେଖାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁଷୁରାକୁ ଆସି ପଟ୍ଟା ପ୍ରଦାନ କରିଥିଲେ ହେଲେ ପଟ୍ଟା ପାଇବାର ଅନେକ ବର୍ଷ ବିତି ଯାଥିଲେ ସୁଦ୍ଧା ଭୂମିହୀନକୁ ଜାଗା ଚିହ୍ନଟ କରାଯାଇ ନାହିଁ ଯାହା ଦ୍ୱାରା ଲୋକ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଗତ ୨୪ ତାରିଖରେ ବେଲଗାଁରେ ଜିଲ୍ଲାପାଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ଏହି ଶିବିରରେ ଜମି ଚିହ୍ନଟ ପାଇଁ ନରାବାହାଲି ଓ ଚିଲବାହାଲି ଗାଁର ମିଖାଏଲ ସୁନା, ସସ୍ମିତା ବାଗ, ସନ୍ତୋଷିନୀ ବାଗ, ଭାଗ୍ୟବତୀ ସୁନା, ପଦ୍ମିନୀ ବାଗ, ସକୁନ୍ତଳା ବାରିକ ଏବଂ ଅନେକ ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କୁ ଶୀଘ୍ର ଉକ୍ତ ଗାଁକୁ ଯାଇ ପଟ୍ଟା ପାଇଥିବା ଭୂମିହୀନ ପରିବାରର ଭୂମି ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ଚିହ୍ନଟ କରିବା ପାଇଁ ନିର୍ଦେଶ ଦେଇଥିଲେ । ହେଲେ ୨ ତାରିଖ ବିତିଯାଇଥିଲେ ସୁଦ୍ଧା ଭୂମି ଚିହ୍ନଟ କରାଯାଇନାହିଁ । ତେବେ ତୁରନ୍ତ ଜାଗା ଚିହ୍ନଟ କରି ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ପାଇଁ ମହିଳାମାନେ ଦାବୀ କରିଛନ୍ତି । ତେବେ ଆଜି ମହିଳାମାନେ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଜାଗା କେବେ ଚିହ୍ନଟ କରାଯିବ ବୋଲି ପଚାରିଥିଲେ ହେଲେ ତହସିଲଦାର ମନସିଫିଲ କେରକେଟା ସନ୍ତୋଷ ଜନକ ଉତ୍ତର ଦେଇ ପାରିନ ଥିବାରୁ ନିରାସ ହୋଇ ଘରକୁ ଫେରିଥିଲେ । କିନ୍ତୁ ଅନ୍ୟପଟେ ଉକ୍ତ ଜମିଟି ଅନ୍ୟ ଜଣେ ମାଲିକଙ୍କ ଅଧିନରେ ଥିବାରୁ ମାଲିକ ଜଣକ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି । ତେଣୁ ଉକ୍ତ ଜମିରେ ବସ୍ତି ବାସିନ୍ଦାଙ୍କୁ ଥାଇଥାନ କରିବା ପାଇଁ ସକ୍ଷମ ହେଉନଥିବା ଜଣାପଡିଛି । ଏନେଇ ତହସିଲଦାର ମନସିଫିଲ କେରକେଟାଙ୍କୁ ପଚାରିବାରୁ ଗୋଟିଏ ଜାଗାର ଦୁଇ ମାଲିକ ଥିବା ବେଳେ କିଭଳି ଭାବେ ଚିହ୍ନଟ ହୋଇ ପାରିବ ବୋଲି କହିବା ସହ ନୂତନ ଜାଗା ଚିହ୍ନଟ କରାଯିବ ଏବଂ ନୂତନ ପଟ୍ଟା ପ୍ରଦାନ କରି ଭୂମିହୀନମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

3 × two =