ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ

ବରଗଡ, (ମୁନ୍ନା ସାହୁ) : ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ । ମାତାଲ ଡାକ୍ତରଙ୍କ ଉତ୍ପାତ । ଚିକିତ୍ସା କରିବା ବଦଳରେ ମାତାଲ ହୋଇ ଡ୍ୟୁଟି ରୁମ୍‌ରେ ଶୋଇଛନ୍ତି ଡାକ୍ତର । ଏଭଳି ଅଭିଯୋଗ ଆସିଛି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ନରେନ୍ଦ୍ର ତ୍ରିପାଠୀ ଡ୍ୟୁଟି ସମୟରେ ମଦ ପିଇ ଚିକିତ୍ସା ପାଇଁ ଆସିଥିବା ମହିଳାମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ଏବଂ ରୋଗୀ ଚିକିତ୍ସା କରିବା ବଦଳରେ ଡ୍ୟୁଟି ରୁମ୍‌ରେ ଶୋଇଥାନ୍ତି । ପୁଣି ଲୋକ ଏଭଳି ବ୍ୟବହାରକୁ ବାରଣ କଲେ ଗାଳିଗୁଲଜ ମଧ୍ୟ କରିଥାନ୍ତି । ସରକାର ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୂଆଁ ନୂଆଁ ଯୋଜନା ଆଣୁଥିବା ବେଳେ ଏଭଳି ମାତାଲ ଡାକ୍ତରଙ୍କ ଠାରେ ଲୋକମାନେ ଚିକିତ୍ସିତ ହେବା ପାଇଁ ଭୟଭୀତ ହେଉଥିବା କହୁଛନ୍ତି ।

Leave A Reply

Your email address will not be published.