pakka

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜେଶ ମଲହୋତ୍ରା

bbehera

ଭୁବନେଶ୍ୱର, (ପିଆଇବି) : ରାଜେଶ ମଲହୋତ୍ରା ଆଜି ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଏହି ପଦବୀରୁ ସତ୍ୟେନ୍ଦ୍ର ପ୍ରକାଶ ଅବସର ଗ୍ରହଣ କରିବା ପରେ ଶ୍ରୀ ମଲହୋତ୍ରା ତାଙ୍କ ସ୍ଥାନରେ ଯୋଗ ଦେଇଛନ୍ତି । ୧୯୮୯ ବ୍ୟାଚର ଭାରତୀୟ ସୂଚନା ସେବା(ଆଇଆଇଏସ୍‌) ଅଧିକାରୀ ରାଜେଶ ମଲହୋତ୍ରା ଏଥିପୂର୍ବରୁ ଜାନୁଆରୀ ୨୦୧୮ ଠାରୁ ଅର୍ଥ ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ । କୋଭିଡ ୧୯ ମହାମାରୀ ସମୟରେ ଦେଖା ଦେଇଥିବା ଆର୍ଥିକ ଅସନ୍ତୁଳନରୁ ନାଗରିକମାନଙ୍କୁ ସୁରକ୍ଷା ଦେବା ସକାଶେ ଭରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରାଯାଇଥିଲା । ଏହି ସମୟରେ ମଲହୋତ୍ରା ଅର୍ଥ ମନ୍ତ୍ରଣାଳୟର ଗଣମାଧ୍ୟମ ଏବଂ ଯୋଗାଯୋଗ ନୀତିର ନେତୃତ୍ୱ ନେଇ ଦେଶବାସୀଙ୍କ ନିକଟରେ ଏସବୁ ଯୋଜନାର ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

two + 15 =