ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ : ଆଠ ବିହାରୀ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ଭବାନୀପାଟଣା, (ପି.କେ ସାହୁ) : ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ଆଠ ବିାହରୀ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ ବିହାର ରାଜ୍ୟରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଞ୍ଚଳକୁ ଇନ୍ଦ୍ରାବତୀ କେନାଲକୁ କାମ କରିବାକୁ ଆଠ ଜଣ ଯୁବକ ଆସିଥିଲେ । ସେମାନଙ୍କୁ ଦୌନିକ ୩୫୦ରୁ ୪୦୦ ଟଙ୍କା ଦେବା ପାଇଁ କଥା ହୋଇଥିଲା । କିନ୍ତୁ ଏଠାକୁ କାମ କରି ଆସିବା ପରେ କେବଳ ଖାଇବା ବ୍ୟତୀତ ଅନ୍ୟ କୌଣସି ପଇସା ଦେଇନଥିଲେ । ବାରମ୍ବାର ଟଙ୍କା ମାଗିବାରୁ ଠିକାଦାର ସେମାନଙ୍କୁ ପାରିଶ୍ରାମିକ ଦେବା ବଦଳରେ ନିର୍ଯ୍ୟାତନା ଦେଇ ଆସୁଥିଲେ । ଫଳରେ ଶ୍ରମିକମାନେ କାମ ଛାଡ଼ି ଭୟରେ ନିଜ ଜୀବନ ବଞ୍ଚାଇ ଭୋକ ଉପାସରେ ଜୟପାଟଣା ନିକଟସ୍ଥ ବନ୍ଧପଡ଼ା ନିକଟରେ ଆଶ୍ରୟ ନେଇଥିଲେ । ସେମାନଙ୍କ ପାଖରେ ଟଙ୍କା ସରିଯିବାରୁ ନିଜ ଗ୍ରାମକୁ ଯିବା ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବା ନିମନ୍ତେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଖବର ପାଇବା ପରେ ଜୟପାଟଣା ପୋଲିସ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ଠିକାଦାରକୁ ଅଟକ ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.

seventeen − seven =

error: Content is protected !!