pakka

ଓବିସି ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବୀପତ୍ର ପ୍ରଦାନ

bbehera

ନୂଆପଡା, (ନିରାକାର ମେହେର) : ପଛୁଆ ବର୍ଗ (ଓବିସି)ପ୍ରସଙ୍ଗରେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜର ରାଜନୈତିକ ଫାଇଦା ହାସଲ ପାଇଁ ପଛୁଆ ବର୍ଗଙ୍କୁ ଉପେକ୍ଷା କରାଯାଉଛି । ଏନେଇ ଜିଲ୍ଲାର ପଛୁଆ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୋମବାର ନୂଆପଡା ଜିଲ୍ଲା ପଛୁଆ ବର୍ଗର ନେତାମାନେ ଏକାଠି ହୋଇ ଜିଲ୍ଲାପାଳ ଅଫିସ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବୀପତ୍ର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଦେଶରେ ପଛୁଆ ବର୍ଗ ନାଗରିକଙ୍କୁ ଶିକ୍ଷା, ନିଯୁକ୍ତି, ରାଜନୀତି ଅନ୍ୟାନ୍ୟ କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଥିବା ବେଳେ ଓଡିଶା ସରକାର ଅଣଦେଖା କରିଚାଲିଛନ୍ତି ବୋଲି ଅଭିଯୋଗ ହେଉଛି । ଆଗାମୀ ୨୦୨୨ ପଂଚାୟତ ନିର୍ବାଚନ ପାଇଁ ବହୁ ପ୍ରତିକ୍ଷୀତ ଚିଠା ସଂରକ୍ଷଣ ତାଲିକା ଶୁକ୍ରବାର ପ୍ରକାଶ ପାଇଛି । ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ସମିତି ଅଧକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଏହି ତାଲିକା ପ୍ରକାଶ ପାଇଛି । ତେବେ ନୂଆପଡା ଜିଲ୍ଲାରେ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାକୁ ନେଇ ପଛୁଆବର୍ଗ (ଓବିସି) ମଞ୍ଚ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସରକାର ଏହି ତାଲିକାକୁ ସଂଶୋଧନ କରନ୍ତୁ ଏବଂ ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ହକ୍‌ ଓ ଅଧିକାର ଦିଅନ୍ତୁ, ନଚେତ ତୀବ୍ର ବିରୋଧ ସହିତ ଆଗାମୀ ୧୮ତାରିଖରେ ନୂଆପଡ଼ା ବନ୍ଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

thirteen + two =

error: Content is protected !!