ଓଡ଼ିଶା ସାମ୍ବାଦିକ ସଂଘର ବଲାଙ୍ଗିର ଜିଲ୍ଲା ୟୁନିଟର କର୍ମକର୍ତ୍ତାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏସ୍‌ଏସ୍‌) : ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ୟୁନିଟର କର୍ମକର୍ତ୍ତା ଓ ସଦସ୍ୟମାନଙ୍କ ଦ୍ୱାରା ଓଡିଶା ରାଜ୍ୟ ତମାମ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବହୁବିଧ ମୌଳିକ ସମସ୍ୟାର ଆଶୁ ସମାଧାନ ପାଇଁ ସଙ୍ଘ ତରଫରୁ ବଲାଙ୍ଗିର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ ଅଛି ଯେ, ରାଜ୍ୟରେ ସାମ୍ବାଦିକ ମାନଙ୍କ ପ୍ରତି ବୃଦ୍ଧି ପାଉଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ ପାଇଁ ମହାରାଷ୍ଟ୍ର ଢାଞ୍ଚାରେ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସାମ୍ବାଦିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ସ୍ୱାସ୍ଥ୍ୟ ବୀମା ରାଶି ବାର୍ଷିକ ୨ ଲକ୍ଷ ଟଙ୍କାରୁ ଅନ୍ୟୁନ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ, ସାମ୍ବାଦିକଙ୍କ ମୃତ୍ୟୁକାଳୀନ ଆର୍ଥିକ ସହାୟତା ରାଶି ୪ ଲକ୍ଷ ଟଙ୍କାରୁ ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହିତ ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ସୀମା ଉଠାଇ ଦିଆଯାଉ, ସମ୍ବେଦନଶୀଳ ଘଟଣା ବା ସ୍ଥାନରେ ସାମ୍ବାଦିକଙ୍କ କାର୍ଯ୍ୟ କରିବା ପାଇଁ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ ପ୍ରଣୟନ କରି ସାମ୍ବାଦିକ ମାନଙ୍କୁ ପ୍ରଶକ୍ଷଣ ପ୍ରଦାନ କରାଯାଉ, ଅବସର ପରେ ସାମ୍ବାଦିକ ମାନଙ୍କୁ ଅବସରକାଳୀନ ଭତ୍ତା ପ୍ରଦାନ କରାଯାଉ, ସରକାରଙ୍କ ଦ୍ୱାରା ଘୋଷିତ ସାମ୍ବାଦିକଙ୍କ ନିମନ୍ତେ ବ୍ୟାଙ୍କ ଋଣ ପ୍ରଦାନଜନିତ ବିଧି ବ୍ୟବସ୍ଥାର ସରଳିକରଣ କରାଯାଉ, ସାମ୍ବାଦିକ ଅଧିସ୍ୱୀକୃତି ନୀତିର ସରଳିକରଣ କରି ଜିଲ୍ଲା ଉପଖଣ୍ଡ ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରାଯାଉ, ବ୍ଲକ ଉପଖଣ୍ଡ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ରିହାତି ଦରରେ ସରକାରୀ ଘର ଭଡା ଯୋଗାଇ ଦିଆଯାଉ କିମ୍ବା ପ୍ରେସ କଲୋନୀ ପ୍ରତିଷ୍ଠା କରି ଗୃହ ଯୋଗାଇ ଦିଆଯାଉ, ଗଣମାଧ୍ୟମ ସଂସ୍ଥା ମାନଙ୍କୁ ପ୍ରଦାନ କରାଯାଉଥିବା ସରକାରୀ ବିଜ୍ଞାପନ ରାଶିରୁ ଅତି କମ୍‌ରେ ୨ ପ୍ରତିଶତ ଲେଭି ଆଦାୟ କରି ସାମ୍ବାଦିକ କଲ୍ୟାଣ ପାଣ୍ଠି ମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର କଲ୍ୟାଣରେ ବିନିଯୋଗ କରାଯାଉ, ସାମ୍ବାଦିକଙ୍କ ବୃତ୍ତିଗତ, ସାମାଜିକ, ଅର୍ଥନୈତିକ, ପାରିବାରିକ, ଗୋଷ୍ଠୀଗତ, ଆନୁଷ୍ଠାନିକ ସୁରକ୍ଷା ଆଦି ଦିଗରେ ବୈଚାରିକ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସ୍ତରରେ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ମାନଙ୍କରେ ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଗଠନର ମୁଖ୍ୟ ବା ପ୍ରତିନିଧିମାନଙ୍କୁ ସ୍ଥାନ ଦିଆଯାଉ ।

Leave A Reply

Your email address will not be published.

3 + 18 =