pakka

ମନ୍ତ୍ରୀ ଟୁକୁନି ସାହୁଙ୍କୁ ନାଗରିକ କମିଟିର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପି.ପି.ଏକାଡେମୀର ସମ୍ମିଳନୀ କକ୍ଷରେ ବାଣିଜ୍ୟ, ପରିବହନ ଓ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇ ଆଲୋଚନା କରିଥିଲେ । ମୁଖ୍ୟତଃ ନୂତନ ବସ୍‌ଷ୍ଟାଣ୍ଡ ସହରର ଦୂରରେ ଥିବାରୁ ତଥା ରିଂରୋଡ ଓ ବାଏପାସ ନିର୍ମାଣାଧିନ ଥିବାରୁ ସହରରେ ଟାଉନ ବସ୍‌ର ଚଳାଚଳ କରିବା । ସେହିପରି ବହୁ ପ୍ରତିକ୍ଷୀତ ବଲାଙ୍ଗିରର ଜୀବନ ରେଖା କହୁଥିବା ଲୋୟର ସୁକତେଲ ପ୍ରକଳ୍ପର ପାର୍ଶ୍ଵରେ ପାର୍କ ଓ ଉତ୍ତମ ପ୍ରାକୃତିକ ପରିବେଶ ସୃଷ୍ଟି କରି ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା, ଆଧୁନିକ ପଦ୍ଧତିରେ ଜଳସେଚନର ପରିମାଣକୁ ସଂପ୍ରସାରଣ କରିବା ଇତ୍ୟାଦି ପ୍ରମୁଖ ଦାବୀ ରହିଛି । ଏଥିରେ ସଭାପତି ବେଲାରସିଂ ଭୋଇ, ସାଧାରଣ ସଂପାଦକ ମନୋରଂଜନ ସାହୁ, ବରିଷ୍ଠ ସଭ୍ୟ ମନୋରଂଜନ ପୁରୋହିତ, ଜୟରାମ ମିଶ୍ର, ପିତବାସ ପଣ୍ଡା, ଶ୍ରୀକାନ୍ତ ଶର୍ମା ଓ ପ୍ରଭାକର ମିଶ୍ର ପ୍ରମୁଖ ନାଗରିକ କମିଟି ତରଫରୁ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.

6 + 3 =