pakka

‘ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ’ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାସ୍ତ୍ରୀ ନଗରର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ମଧ୍ୟରେ ‘ନୀଳ ଆକାଶ ପାଇଁ ସ୍ୱଚ୍ଛ ବାୟୁ’ ଦିବସ ପାଳନ କରାଯାଇଛି । ଉକ୍ତ ଦିବସର ଆଭିମୁଖ୍ୟର ଉଦେ୍‌ଦ୍ଦଶ୍ୟରେ ବଲାଙ୍ଗିରର ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବିଷୟବସ୍ତୁକୁ ନେଇ କିଛି କୌଶଳିକ ତଥା ସ୍ୱାସ୍ଥ୍ୟ ବୈଜ୍ଞାନିକ କୋଣାନୁସାରେ କିଛି ବିଶିଷ୍ଟ ବିଷୟ ଉପରେ ଆଲୋଚନା କରାଯାଇଥିଲା, ଯାହାର କିଂଚିତ ସମସ୍ୟା ମାନଙ୍କୁ ଏଡେଇ ଦିଆଯାଇ ପାରିଲେ ଆମେ ସ୍ୱଚ୍ଛ-ବାୟୁକୁ ଆବରଣ କରିବାରେ ସହାୟକ ହୋଇପାରିବା ବୋଲି ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଦିବ୍ୟ କିଶୋର ପତି ଆଲୋଚନା କରିଥିବା ବେଳେ କିଛି ନୀତି ଗୁରୁତ୍ବ ପୂର୍ଣ୍ଣ ବିକଳ୍ପ ଦିଗ ଯଥା – ଅଳ୍ପ ଦୂର ଯାତ୍ରା ପାଇଁ ମୋଟର ଯାନ ବଦଳରେ ପାଦରେ ଚାଲି ଚାଲି ଯିବା କିମ୍ବା ଅତିବ ଜରୁରୀ ସମୟରେ ସାଇକେଲ ବ୍ୟବହାର କରିବା, ଜଙ୍ଗଲ ସୁରକ୍ଷା ଓ ଗଛ ଲଗାଇ ତାର ସୁରକ୍ଷା ଦେବା, ପରିବେଶ ଅନୁକୂଳ ଯାନ ମାନ ବ୍ୟବହାର କରିବା, ଶକ୍ତିର ବିକଳ୍ପ ମାଧ୍ୟମକୁ ଆପଣାଇବା, ନଷ୍ଟ ଆବର୍ଜନା ମାନଙ୍କୁ ଅଯଥାରେ ନ ପୋଡିବା କିମ୍ବା ଜଙ୍ଗଲକୁ ନିଆଁଦାଉରୁ ରକ୍ଷା କରିବା ଆଦି ଉପରେ ଡା.କୁବେର ଚନ୍ଦ୍ର ମହନ୍ତ (ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ), ଡା. ଅନିତା ମିଶ୍ର (ଅତିରିକ୍ତ ଜନସ୍ୱାସ୍ଥ୍ୟରୋଗ ନିୟନ୍ତ୍ରଣ ) ସବିଶେଷ ଆଲୋଚନା କରି ଏହା ଉପରେ ଏକ ଯୋଜନା ମୁତାବକ କାମ କରିବାକୁ ଜିଲ୍ଲା ପ୍ରଶାସନ ତଥା ଓଡିଶା ସରକାରଙ୍କ ସାହାଯ୍ୟ ଲୋଡ଼ିଥିଲେ । ଉକ୍ତ ସଭାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ୟ୍ୟରତ ପ୍ରାୟ ୭୦ ଜଣ ମହିଳା ଆରୋଗ୍ୟ ସମିତି ସଭ୍ୟା, ଆଶା ମା’ଗଣ, ସ୍ୱାସ୍ଥ୍ୟ ଅନୁଷ୍ଠାନର ସଭ୍ୟସଭ୍ୟା ମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ । କାର୍ୟ୍ୟକ୍ରମ ଶେଷରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ମେନେଜର ରାମାନୁଜ ପଣ୍ଡା ବିଷୟବସ୍ତୁକୁ ଗୁରୁତ୍ୱ ଦେଇ ଏହା ଉପରେ ସଭିଏଁ କାମ କରିବାକୁ ଅନୁରୋଧ କରିବା ସଙ୍ଗେ ସାଙ୍ଗେ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

fourteen − six =