pakka

ଛତ୍ରପୁର ଏଏସବିଏମ ଶିକ୍ଷାନୁଷ୍ଠାନରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ତିରୁପତି ରାଓ ପେଟ୍ଟା ସାହିରେ ଅବସ୍ଥାପିତ ଏଏସବିଏମ (ଇମ୍ପେରିଆଲ) ଶିକ୍ଷାନୁଷ୍ଠାନରେ ‘ଗୁରୁ ଦିବସ’ ଅବସରରେ ବର୍ଣ୍ଣାଢ୍ୟ ସାମାରୋହରେ ଗୁରୁ ପରମ୍ପରାର ମହତ୍ତ୍ୱ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଗୁରୁ ଦିବସ ଅବସରରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିଶୁମାନଙ୍କୁ ଗୁରୁ ଓ ଶିଷ୍ୟର ମହତ୍ତ୍ୱ ତଥା ପରମ୍ପରା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଛତ୍ରପୁର ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାଗିରଥୀ ସ୍ୱାଇଁ ଯୋଗ ଦେଇ ଶିଶୁମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଏହି ଉତ୍ସବରେ ସମସ୍ତ ଗୁରୁଜୀ/ଗୁରୁମା ଉପସ୍ଥିତ ହୋଇ ଶିଶୁ ଭାଇ ଭଉଣୀଙ୍କ ମାର୍ଗଦର୍ଶନ କରିଥିଲେ । ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠାନର ମୁଖ୍ୟ ପରିଚାଳକ ରଘୁନାଥ ରେଡ୍ଡୀ ଗୁରୁଜୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ତ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ଅନୁଷ୍ଠାନର ମୁଖ୍ୟ ଗୁରୁଜୀ ଶ୍ରୀ ରେଡ୍ଡୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବକୁ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଗୁରୁଶିଷ୍ୟ ପରମ୍ପରା ଅନୁସାରେ ଅତି ଆନନ୍ଦର ସହ ପାଳନ କରିଥିଲେ ।

Leave A Reply

Your email address will not be published.

3 − one =