
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ହିର୍ଲିମାଲ, ତେଲପାଲି, ଜାମଝରଣକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ବିଭିନ୍ନ ସମୟରେ ହାଇୱା ଗାଡ଼ି ଯାଇ ରାସ୍ତାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଛୋଟ ଛୋଟ ଗାଡି ସହ ଅଞ୍ଚଳବାସୀଙ୍କ ପାଇଁ ବାଇକରେ ଯିବାକୁ ସୁବିଧା ହେବାକୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି ରାସ୍ତାରେ ବଡ଼ ବଡ଼ ଟ୍ରକ୍ ହଇୱା ନେଇ ରାସ୍ତା ଖରାପ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେବା ସହ ରାସ୍ତାରେ ଉଭୟ ପାଖର ମାଟି ଧସି ଯାଉଥିବା ଦେଖିବାକୁ ମିଳୁଛି । ସନ୍ଧ୍ୟାରେ ତଥା ରାତ୍ରି ସମୟରେ ଏହି ରାସ୍ତାରେ ଯିବା ଆସିବା ଲୋକେ ଦୁର୍ଘଟଣା ହେବାରେ ଆଶଙ୍କା ରହୁଥିବାରୁ ରାସ୍ତା ମରାମତି କରିବା ସହ ଏହି ରାସ୍ତାରେ ବଡ଼ ବଡ଼ ଗାଡ଼ି ନେବାରେ ରୋକ୍ ଲଗାଇବାକୁ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି ।