csstore

ଟିଟିଲାଗଡ ହାଇସ୍କୁଲ ପଡ଼ାରେ ନୂତନ ବିଦେଶୀ ମଦ ଦୋକାନ ଖୋଲାକୁ ବିରୋଧ କଲେ ସ୍ଥାନୀୟ ବାସିନ୍ଦା : ମଦ ଦୋକାନ ହଟାଇବାକୁ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହର ଏକ ଶାନ୍ତିର ସହର ଅଟେ । କିଛି ଦିନ ତଳେ ନୂଆ ଅବକାରୀ ନିୟମ ଅନୁସାରେ ଲଟେରୀ ମାଧ୍ୟମରେ ମଦ ଦୋକାନ ଖୋଲିବା ପାଇଁ ସହରର ନଅ ନମ୍ବର୍ ହାଇସ୍କୁଲପଡ଼ା ଠାରେ ଥିବା କିର ମହାନନ୍ଦ ବାବୁଙ୍କ ଘରେ ମଦ ରଖିବା ଗୋଦାମ ଘର ଓ ସାମ୍ନାରେ ଥିବା ଦୋକାନ ଗୁଡିକ ଭିତରୁ ଗୋଟାଏ ମଦ ଦୋକାନ ଖୋଲାଯାଇଛି । ତେବେ ଦୋକାନ ଖୋଲାଯିବା ଦେଖି ଲୋକେ ଭୟର ବାତାବରଣରେ ରହିବା ଦେଖିବାକୁ ମିଳିଥିଲା । ସେହିପରି ଶୁକ୍ରବାର ସନ୍ଧ୍ୟାରେ ମଦ ଅନଲୋଡ କରିବା ପାଇଁ ଅବକାରୀ ଓ ପୋଲିସ ବିଭାଗର ଗାଡି ଦେଖି କିଛି ସମୟ ପାଇଁ କର୍ଫ୍ୟୁ ହେଲା ଭଳି ସ୍ଥିତି ଉପୁଜିଥିଲା । ତେବେ ସୋମବାର ସକାଳୁ ଓକିଲ ସଙ୍ଘର ପୂର୍ବତନ ସଭାପତି ସଞ୍ଚୟ ବେହେରାଙ୍କ ନେତୃତ୍ୱରେ ଆଜି ହାଇସ୍କୁଲ ପଡ଼ାର ସମସ୍ତ ମହିଳା ଓ ପୁରୁଷ ମାନେ ଜାତୀୟ ରାଜପଥ ୨୬ ଅବରୋଧ କରିବା ସହ ମଦ ଦୋକାନ ଅନ୍ୟସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ଦାବି କରିଛନ୍ତି । ଏ ଦାବିକୁ କଂଗ୍ରେସ୍ ଦଳର ନେତା ବୀରେନ୍ଦ୍ର ବାଗ ସମର୍ଥନ ଜଣାଇବା ସହ ତୁରନ୍ତ ମଦ ଦୋକାନ ହଟାଇବାକୁ ଦାବି କରିଛନ୍ତି । ରାସ୍ତାରୋକ ଯୋଗୁଁ ଯିବା ଆସିବା କରୁଥିବା ଲୋକେ ଅଟକି ଯିବା ସହ ବିବାହ ପାଇଁ ଯାଉଥିବା ବର ଯାତ୍ରୀ ଯାଉଥିବା ବର ପିଲା ଅଟକି ଥିବାର ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.