jsm

ଇନ୍ଦ୍ରାବତୀ ଜିଲ୍ଲା ଗଠନ ଓ ସୀମା ପୁର୍ନନିର୍ଦ୍ଧାରଣ ଦାବି ଉଠିଲା

csstore

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଅଞ୍ଚଳର ଏକ ସମୃଦ୍ଧ ପୃଷ୍ଠଭୂମି ଥିବା ସତ୍ୱେ ବିଗତ ତିନି ଦଶନ୍ଧି ଧରି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ସୀମା ପୁର୍ନଗଠନରେ ଏକ ବିବାଦୀୟ ଭୌଗୋଳିକ ସୀମା ମଧ୍ୟରେ ସ୍ଥାନୀୟ ଜନ ସାଧାରଣ ରହି ଆସୁଥିବା ବେଳେ ଏବେ ଇନ୍ଦ୍ରାବତୀ ଜିଲ୍ଲା ଗଠନ ପାଇଁ ନିଜର ସ୍ଵତନ୍ତ୍ର ପରିଚୟକୁ ଦାବି କରି ଜୟପାଟଣା ସଚେତନ ନାଗରିକ କ୍ରିୟାନୁଷ୍ଠାନ କମିଟି ଗଠନ ହେବା ସହିତ ବିଭିନ୍ନ ଦାବିକୁ ସରକାରଙ୍କ ପାଖରେ ଦାବି କରିଥିବା ସୂଚନା ମିଳିଛି । ଜୟପାଟଣା ପି. ଆର. ପେଲେସରେ ଆୟୋଜିତ ଜରୁରୀ କାଳୀନ ବୈଠକରେ ଜୟପାଟଣା ସ୍ୱାସ୍ଥ୍ୟସେବା ସାଙ୍ଗରେ ସ୍ଵାଧୀନତାର ବହୁ ପୂର୍ବରୁ ଅର୍ଥାତ ୧୯୨୬ ମସିହାରୁ ଜଡ଼ିତ ଥିବା ସତ୍ୱେ ବିଗତ ଛବିସ ବର୍ଷ ହେବ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ପଦବୀ ଖାଲି ପଡ଼ିଥିବା ହେତୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏତଦ୍ ବ୍ୟତୀତ ୨୦୦୯ ମସିହାରୁ ସୀମା ପୁର୍ନନିର୍ଦ୍ଧାରଣ ଆଳରେ ଜୟପାଟଣାକୁ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ମଧ୍ୟରେ ସ୍ଥାନିତ କରି ଭୌଗୋଳିକ ପ୍ରତିବନ୍ଧକ ମଧ୍ୟକୁ ଟାଣି ଆଣି ଥିବା ଦୃଷ୍ଟିରୁ ଏବେ ସେହି କଷ୍ଟରୁ ମୁକ୍ତି ଦେଇ ଏକ ନୂତନ ନିର୍ବାଚନ ମଣ୍ଡଳୀ ଗଠନ ପାଇଁ ଦାବି ଉଠିଥିଲା । ପରିଶେଷରେ ଅନ୍ୟାନ୍ୟ ମୌଳିକ ଅଧିକାର ସହିତ ସାଂପ୍ରତିକ ସ୍ଥିତିରେ କଳାହାଣ୍ଡି ବିକାଶର ମୁଖ୍ୟ ଧାରା ସାଜିଥିବା ଇନ୍ଦ୍ରାବତୀ ନାମରେ ଏକ ସ୍ଵତନ୍ତ୍ର ଜିଲ୍ଲା ସହ ଭାଗି ବ୍ଲକମାନଙ୍କୁ ନେଇ ଗଠନ କରିବାକୁ ଦାବି ଉଠି ଥିଲା । ଏହି ସମାବେଶକୁ ସମ୍ମତି ଜଣାଇ ସ୍ଥାନୀୟ ଓକିଲ ସଂଘ, ବଣିକ ସଂଘ, ସାମ୍ବାଦିକ ସଂଘ, ସାହିତ୍ୟ ସଂସଦ, ଡ୍ରାଇଭର ସଂଘ, ଯୁବ ଜାଗରଣ ସମିତି, ସହିତ ବରିଷ୍ଠ ନାଗରିକ ମଞ୍ଚ ସମର୍ଥନ ଜଣାଇ ଥିଲେ । ବିଭିନ୍ନ ଦାବିକୁ ମୁଖ୍ୟମନ୍ତ୍ରୀ ସମେତ ବିଭିନ୍ନ ବିଭାଗକୁ ପ୍ରେରଣ କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା । ଆୟୋଜିତ ସଭାର ସର୍ବ ସମ୍ମତି କ୍ରମେ କମିଟିର ସଭାପତି ଭାବରେ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଉପସଭାପତି ରୁଦ୍ର ପ୍ରସାଦ ପାଣିଗ୍ରାହୀ, ସମ୍ପାଦକ ଦିବାକର ପଟ୍ଟନାୟକ, ଓ କୋଷାଧ୍ୟକ୍ଷ ଭାବର ପ୍ରାଣ ରଞ୍ଜନ ବେହେରାଙ୍କୁ ମନୋନୀତ କରାଯାଇ ଥିଲା । ପରାମର୍ଶ ଦାତା କମିଟିର ସଦସ୍ୟ ଭାବରେ ସତ୍ୟ ନାରାୟଣ ଅଗ୍ରୱାଲ, ଶେଷଦେବ ବେହେରା, ସୌଲେନ୍ଦ୍ର ରାଜ, ଗଙ୍ଗା ଧର ମାଝୀ, ଘାସିରାମ ଅଗ୍ରୱାଲ ବାଳ ମୁକୁନ୍ଦ ପଣ୍ଡା, ମନୋଜ ପାତ୍ର, ଛାୟା କାନ୍ତ ବେଣୁ ପାଣିଙ୍କୁ ଚୟନ କରାଯାଇଥିଲା । ଅନ୍ୟ ମାନଂକ ମଧ୍ୟରେ ଅଶ୍ରଫ ଅଲ୍ଲୀ, ଜଗ ମୋହନ ପଟ୍ଟନାୟକ, ପ୍ରବୀର୍ ଭରଦ୍ୱାଜ, ସୁଶିଲ ନାଏକ, ଗୋପାଳ ଅଗ୍ରୱାଲ, ରିତେଶ ବଂଶଲ୍, ମୋହନ ଅଗ୍ରୱାଲ, ରଶ୍ମିରଞ୍ଜନ ସୁନା, ଶିବାନନ୍ଦ ବେନିଆ, ବଣ୍ଟି ସିଂ, ପ୍ରମୁଖ ଉପସ୍ଥିତ ରହି ଆଞ୍ଚଳିକ ବିକାଶ ପାଇଁ ଦଳ ମତ ନିର୍ବିଶେରେ ସଂକଳ୍ପ ନେଇଥିଲେ ।

yuvodaya
Leave A Reply

Your email address will not be published.