jsm

ବିଭିନ୍ନ ସମସ୍ୟା ନେଇ କଂଗ୍ରେସ ତରଫରୁ ଖପ୍ରାଖୋଲ ବିଡ଼ିଓଙ୍କ ଜରିଆରେ ଓଡିଶା ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ସାରା ଓଡିଶାର ୩୧୪ଟି ବ୍ଲକ ସାମ୍ନାରେ କଂଗ୍ରେସ ତରଫରୁ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବ୍ଲକ ଘେରାଉ କରାଯାଇଥିଲା । ବ୍ଲକର କିଛି କଂଗ୍ରେସ କର୍ମୀ ବ୍ଲକ ସମ୍ମୁଖରେ ଉପସ୍ଥିତ ରହି ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ହୋତାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ରାଜ୍ୟରେ ହେଉଥିବା ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯ୍ୟାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୁଦ୍ଧରେ ହେଉଥିବା ଦୁର୍ନୀତିକୁ ରୋକିବା ସକାଶେ ଏକ ଦାବୀପତ୍ର ପ୍ରଦାନ କରାଗଲା । ଏହି ଦାବୀପତ୍ର ଦେବା ସମୟରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ପତିତପାବନ ସାହୁଙ୍କ ସହ ଅଳ୍ପ କିଛି କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏହା କେବଳ ଶସ୍ତା ରାଜନୀତି ଓ ଆଗାମୀ ଦିନରେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ଏତେ ଦିନ ପରେ ଏଭଳି ପଦକ୍ଷେପ ନେଇଛନ୍ତି ଯାହା ସଫଳ ରୂପାୟନ ହୋଇ ପାରିବନି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

yuvodaya
Leave A Reply

Your email address will not be published.