ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସପ୍ତମ ଦିନର ଖେଳ ଜଖପୁରା ସହ ମିଲନ ଯାଜପୁରର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ମିଲନ ଯାଜପୁର ୧୫ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା ଏହାର ଜବାବରେ ଜଖପୁରା ୧୩ ଓଭରରେ ୧୨୬ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଆଜିର ଖେଳ ପରିଚାଳନା କରୁଥିଲେ ନାରାୟଣ ସିଂହ ଓ ସ୍ମୃତିରଞ୍ଜନ ଜେନା ସ୍କୋର ଭାବେ ବିଭୁତି ଓ ରାହୁଲ ରହିଥିବା ବେଳେ କଂମେଟ୍ରୀ ଭାବେ ଚିକୁ ଭୂୟା ଥିଲେ । ଆସନ୍ତା କାଲିର ମ୍ୟାଚ ଛତିଆ ସହିତ ଚୌଦ୍ଵାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶିତ ।

Leave A Reply

Your email address will not be published.

2 × 1 =