oom

ଗୋଲଡେନ ଇଗଲେ ୨୧ତମ କ୍ରିକେଟ ଟୁର୍ନାମେଣ୍ଟ ମ୍ୟାଚ ଉଦଯାପିତ

jsmm

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଞ୍ଚାୟତର ଫୁଲକିମୁଣ୍ଡା ହାଇସ୍କୁଲ ପଡିଆ ଠାରେ ୨୧ତମ କ୍ରିକେଟ ଟୁର୍ଣ୍ଣକ୍ଷମେଣ୍ଟ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ କର୍ଲା କୁଟୁନା ଓ କୁରଲୁମାଲ ଦଳ ଫାଇନାଲ ମ୍ୟାଚରେ ପହଞ୍ଚିଥିଲେ। ଏହି ସରସ୍ୱତୀ ପୂଜା ଅବସରରେ ଖପ୍ରାଖୋଲ ପଞ୍ଚାୟତର ସରପଞ୍ଚ ଉପେନ୍ଦ୍ର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଘୁନସର ମହା ବିଦ୍ୟାଳୟର ପ୍ରିନସିପାଲ ସମ୍ମାନିତ ଅତିଥି ରଜତ କୁମାର ମିଶ୍ର, ଭଞ୍ଜଦୂତ ଖବରକାଗଜର ହେଡ୍ ଅଫ୍ ବ୍ୟୁରୋ କ୍ରିଷ୍ଣା ସେଠୀ, ମୋହନ ସୁନା, ଗୋପାଳ ମେହେର, ପ୍ରଫୁଲ ମାଝୀ, ସ୍ପିକର ଶଙ୍ଖଧର ମାଝୀ, ସ୍କୋରର ଦାୟିତ୍ୱରେ ପ୍ରଦ୍ୟୁମ୍ନ ବେମାଲ ଓ ଖେଳ ପରିଚାଳନା କରିଥିଲେ ଉମାକାନ୍ତ ଦାସ ଓ ଗୋପୀ କ୍ରିଷ୍ଣା ଦଳେଇ । ଗାଁର ଭଦ୍ର ବ୍ୟକ୍ତି ଏବଂ ଅନ୍ୟ ଗାଁର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ । ଫାଇନାଲରେ କର୍ଲାକୁଟନା ଦଳ ବିଜୟୀ ହୋଇଥିଲେ ।କର୍ଲାକୁଟୁନା ଦଳକୁ ୧୪୦୦୦ ନଗଦ ଟଙ୍କା ଓ ଉପବିଜେତା କୁରଲୁମାଲ ଦଳକୁ ୯୦୦୦ ନଗଦ ଟଙ୍କା ଓ ଟ୍ରଫି ଦେଇ ପୁରସ୍କୁତ କରିଥିଲେ । କରୋନା କଟକଣାର ସମସ୍ତ ନିୟମ ପାଳନ କରି ଏହି ମ୍ୟାଚ ଚାଲିଥିଲା । ଫୁଲକିମୁଣ୍ଡା ଜିଇସିସି ଏବଂ ଜେକେ‌ୱାଇସିର ସମସ୍ତ କାର୍ୟ୍ୟକର୍ତ୍ତା ଖେଳ ପରିଚାଳନାରେ ସହଯୋଗ କରିଥିଲେ । ବିଶେଷ କରି ଡ଼ଃ ମୁରଲୀଧର ଆର୍ୟନ ।

jittmm
Leave A Reply

Your email address will not be published.