ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା ତଥା କନ୍ଧମାଳ ଜିଲ୍ଲା ଖଜୁରୀପଡାରେ କାର୍ୟ୍ୟରତ ଆୟୁଷ ଡାକ୍ତର ସ୍ନେହାଶୀଷ ଗିରି । ଡ.ଗିରି କିଛି ଦିନ ତଳେ କୋଭିଡ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ । ତେବେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ସେ କଟକ ଏସସିବିରେ ଭର୍ତ୍ତି ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ସେଠାରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି । ତାଙ୍କ ମୃତ୍ୟୁରେ ଜିଲ୍ଲାପାଳ ଡ ବୃନ୍ଦା ଡି, ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରଓ୍ଵ।ଲ, ସିଡିଏମଓ ଡ. ରାଜଶ୍ରୀ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିବା ବେଳେ କଟକ ପୋଲିସ ପକ୍ଷରୁ ମଧ୍ୟ ଡ. ଗିରିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.