ଗତ ୨୪ ଘଂଟାରେ ଓଡ଼ିଶାରେ ୩୮୬୧ ପଜିଟିଭ୍‌

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୮୬୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୨୭୮ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶୀକାର ହୋଇଛନ୍ତି ୧୫୮୩ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୦, ବାଲେଶ୍ୱରରୁ ୧୦୫, ବରଗଡ଼ରୁ ୧୭୬, ଭଦ୍ରକରୁ ୭୪, ବଲାଙ୍ଗିରରୁ ୭୫, ବୌଦ୍ଧରୁ ୨୨, କଟକରୁ ୩୮୬, ଦେବଗଡ଼ାରୁ ୧୨, ଢେଙ୍କାନାଳରୁ ୭୪, ଗଜପତିରୁ ୧୪, ଗଂଜାମରୁ ୯୧, ଜଗତସିଂହପୁରରୁ ୮୬, ଯାଜପୁରରୁ ୨୮୫, ଝାରସୁଗୁଡ଼ାରୁ ୧୯୯, କଳାହାଣ୍ଡିରୁ ୨୮, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୮୩, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୭୬୭, କୋରାପୁଟରୁ ୮୬, ମାଲକାନଗିରିରୁ ୩୩, ମୟୁରଭଂଜରୁ ୧୨୨, ନବରଙ୍ଗପୁରରୁ ୪୪, ନୟାଗଡ଼ରୁ ୫୭, ନୂଆପଡ଼ାରୁ ୪୮, ପୁରୀରୁ ୨୦୦, ରାୟଗଡ଼ାରୁ ୧୫୩, ସମ୍ବଲପୁରରୁ ୭୭, ସୋନପୁରରୁ ୧୧୭, ସୁନ୍ଦରଗଡ଼ରୁ ୯୬, ଷ୍ଟେଟ୍‌ ପୁଲ୍‌ ୧୪୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୨୭୮୯୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬୩୬୪ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.