ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ମାଟି ଘର ଭୁଷୁଡ଼ି ଗଲା : ଏବେ ଆଶ୍ରୟଶୂନ୍ୟ ତାଙ୍କ ପରିବାର

ସମ୍ବଲପୁର, (ଦାମୋଦର ପଣ୍ଡା) : ସାରା ବିଶ୍ୱରେ ରଂଗବତୀ ଗୀତ ପ୍ରସିଦ୍ଧ । ଏହି ଗୀତରେ ଯିଏ କଣ୍ଠଦାନ କରିଛନ୍ତି, ସେହି ପ୍ରସିଦ୍ଧ ଗାୟକ ହେଲେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ । ଏତେ ପ୍ରସିଦ୍ଧି ପାଇଥିବା ସତ୍ତେ୍ୱ ତାଙ୍କ ଅବସ୍ଥାରେ କାଣିଚାଏ ବି ସୁଧାର ଆସିନାହିଁ । ଗତ ସପ୍ତାହରେ ସମ୍ବଲପୁରରେ ହୋଇଥିବା ପ୍ରବଳ ବର୍ଷାରେ ତାଙ୍କ ମାଟି କାନ୍ଥର ଘର ଭାଂଗି ଯାଇଛି । ଚାରିପଟେ ରହିଥିବା ମାଟି କାନ୍ଥ ଝୁଲି ରହିଥିବା ଯୋଗୁଁ କାଠ ଖୁଂଟ ସାହାରାରେ ଟେକି ରଖାଯାଇଛି ଉପର ଛପର । ତାରି ଭିତରେ ରହୁଛନ୍ତି ପଦ୍ମଶ୍ରୀ ହରିପାଲ ଓ ତାଙ୍କ ପରିବାରବର୍ଗ । ତାଙ୍କ ସହ ତାଙ୍କ ପରିବାରରେ ୧୧ ଜଣ ସଦସ୍ୟ ରହିଥିବା ବେଳେ କେତେବେଳେ ଯେ ଘର ମାଡ଼ି ବସିବ କୁହାଯାଇ ପାରୁନାହିଁ । ଏଭଳି ଅବସ୍ଥାରେ ସମ୍ମାନଜନକ ପଦ୍ମଶ୍ରୀ ଓ ଡକ୍ଟରେଟ୍‌ ପ୍ରାପ୍ତ ଜଣେ ବିଶ୍ୱ ପ୍ରସିଦ୍ଧ ଗାୟକ ଜୀବନ ଅତିବାହିତ କରୁଥିବା ବେଳେ ତାଙ୍କ ଅବସ୍ଥା କେବେ ସୁଧୁରିବ, ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟ ଲୋକେ ।

Leave A Reply

Your email address will not be published.