କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା : ତନାଘନା ଯାଂଚରେ ଲାଗିଛି ପୁଲିସ

ନୂଆଦିଲ୍ଲୀ : କିନ୍ନରଙ୍କୁ ବିଚ୍‌ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ତନାଘନା ଯାଂଚରେ ଲାଗିଛି ପୁଲିସ । ଗୁଳିକାଣ୍ଡର ଶୀକାର ହୋଇଥିବା କିନ୍ନର ଏକତା ଯୋଷୀଙ୍କ ସହ ତାଙ୍କର ସାଥୀ ଅନିତା ମଧ୍ୟ ସାଂଗରେ ଥିଲେ, ଅଥଚ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ । ଅସାମାଜିକଙ୍କ ଗୁଳିରେ ଏକତା ଗୁରୁତର ଆହତ ହେବାପରେ ତାଙ୍କୁ ମେକ୍ସ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା, ଅଥଚ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିଲା । ଯିଏ ସମାଜରେ ସମସ୍ତଙ୍କ ଦୀର୍ଘାୟୁ କାମନା କରନ୍ତି, ତାଙ୍କୁ କ’ଣ ଜଣାଥିଲା ଅଜ୍ଞାତ ବଦ୍‌ମାସ୍‌ ବିଚ୍‌ରାସ୍ତାରେ ଗୁଳି କରି ତାଙ୍କୁ ହତ୍ୟା କରିବ! ରାଜଧାନୀ ଦିଲ୍ଲୀରେ ଅସାମାଜିକଙ୍କ କାର୍ଯ୍ୟକଳାପ କେତେଦୂର ବଳବତ୍ତର ରହିଛି, ଏହି ମାମଲାରୁ ଅବଶ୍ୟ ଅନୁମାନ କରାଯାଇ ପାରିବ । ଦିଲ୍ଲୀର ଶାହଦରା ଜିଲ୍ଲାରେ ଏହି ଘଟଣା ଘଟିଛି । ବିଳମ୍ବିତ ରାତିରେ ଏକତା ଯୋଷୀ ମାର୍କେଟରୁ ଫେରିବା ସମୟରେ ଅଚାନକ କିଛି ଅସାମାଜିକ ଲୋକ ପଛପଟୁ ଅତର୍କିତ ଗୁଳିମାଡ଼ କରିଥିଲେ । ତାଙ୍କ ସହ ଥିବା ସାଥୀ ଅନିତା ଏହି ଗୁଳିକାଣ୍ଡରେ ଅଳ୍ପକେ ତ୍ରାହି ପାଇଥିବା ଜଣାପଡ଼ିଛି ।
ତେବେ ଏହି ଘଟଣା ପରେ କିନ୍ନର ସମାଜର ସଦସ୍ୟମାନେ ଜନତା ଫ୍ଲାଟ୍‌ରେ ନିଜର ଗୁରୁଙ୍କ ମୃତ୍ୟୁର ଦୁଃଖରେ ଭାଂଗି ପଡ଼ିଥିବା ବେଳେ କ୍ରୋଧାନ୍ୱିତ ହୋଇ ଉଠିଥିବା ମଧ୍ୟ ଜଣାପଡ଼ିଛି । ଯେଉଁ ସମୟରେ ଏହି ଘଟଣା ଘଟିଥିଲା, ସେତେବେଳେ ରାସ୍ତା ଚଳଚଂଚଳ ରହିଥିଲା । ତଥାପି ଅସାମାଜିକମାନେ ଏକତାଙ୍କ ଉପରେ ଗୋଟିଏ ପରେ ଗୋଟିଏ ତିନୋଟି ଗୁଳି ଚଳାଇବାର ସାହାସ କରିଥିଲେ । ତେବେ ପୁଲିସ ପକ୍ଷରୁ ତନାଘନା ଯାଂଚ ଚାଲିଥିବା ରିପୋର୍ଟରେ କୁହାଯାଇଛି । ଆଖପାଖର ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଚାଲିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏକତା ଜଣେ ଖୁବ୍‌ ଉତ୍ତମ ସ୍ୱଭାବର କିନ୍ନର ଥିଲେ ।

Leave A Reply

Your email address will not be published.