ହିମାଚଳ ପ୍ରଦେଶରେ ଆସନ୍ତା ୧୦ରୁ ଖୋଲିବ ସବୁ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା

ରାଜ୍ୟ ସରକାର ଜାରି କଲେ ଏସ୍‌ଓପି : ମନ୍ଦିରକୁ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ହେବ ଅଲଗା ଅଲଗା
ହିମାଚଳ : ହିମାଚଳ ପ୍ରଦେଶ ସରକାର କିଛି ସର୍ତ୍ତ ସହ ଦୀର୍ଘ ୫ ମାସ ପରେ ଧାର୍ମିକ ସ୍ଥଳର ବନ୍ଦ ଦରୱାଜା ଖୋଲିବାକୁ ଅନୁମତି ଦେଇଛନ୍ତି । ଆସନ୍ତା ୧୦ ସେପ୍ଟେମ୍ବରରୁ ଶ୍ରଦ୍ଧାଳୁ ଏବଂ ଭକ୍ତଙ୍କ ଦର୍ଶନ ପାଇଁ ପାଂଚଟି ଶକ୍ତିପୀଠ ଓ ଅନ୍ୟସବୁ ଧାର୍ମିକ ସ୍ଥଳ ଖୋଲାଯିବ । କିନ୍ତୁ ୬୫ ବର୍ଷରୁ ଊର୍ଧ୍ୱ ବ୍ୟକ୍ତିବିଶେଷ, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ଛୋଟ ଶିଶୁଙ୍କ ପାଇଁ ଧାର୍ମିକ ସ୍ଥଳରେ ପ୍ରବେଶ ପାଇଁ ଅନୁମତି ଦିଆ ଯାଇନାହିଁ । ଏହାବାଦ୍‌ ରାଜ୍ୟ ସରକାର ସମସ୍ତ ଧାର୍ମିକ ସ୍ଥଳ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର୍ସ (ଏସ୍‌ଓପି)ର ଘୋଷଣା ମଧ୍ୟ କରିଛନ୍ତି । ରାଜ୍ୟ ସରକାର ଦୀର୍ଘ ୫ ମାସ ପରେ ମନ୍ଦିର ଖୋଲିବା ପାଇଁ ଅନୁମତି ଦେଇଥିବା ବେଳେ ପ୍ରଥମେ ସବୁ ମନ୍ଦିର ସେନିଟାଇଜ୍‌ ହେବାକୁ ମଧ୍ୟ କହିଛନ୍ତି । ତେବେ ଶ୍ରଦ୍ଧାଳୁ, ଭକ୍ତ ତଥା ମନ୍ଦିର ପରିଚାଳକ ଓ ପୂଜକମାନେ ଦୀର୍ଘ ଦିନରୁ ଧାର୍ମିକ ସ୍ଥଳ ଖୋଲାଯିବାର ପ୍ରତୀକ୍ଷାରେ ଥିଲେ । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ସମସ୍ତ ମହଲରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.