ଆଜି ବଲାଙ୍ଗିର ଜିଲ୍ଲାରେ ୭୯ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୩୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୨ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ. ୧ରୁ ୫, ୨ରୁ ୧, ୫ରୁ ୨, ୬ରୁ ୨, ୭ରୁ ୪, ୯ରୁ ୮, ୧୦ରୁ ୧, ୧୪ରୁ ୧, ୧୫ରୁ ୨, ୧୬ରୁ ୧, ୧୮ରୁ ୨, ୨୦ରୁ ୨ ଏବଂ ୨୧ରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ର ବଡ଼ଟୀକା ଗ୍ରାମ ପଞ୍ଚାୟତରୁ ୯, ନୁନିଆପାଲି ଗ୍ରାମ ପଞ୍ଚାୟତରୁ୧, ବଲାଙ୍ଗିର ବ୍ଲକ୍‌ କୁଟୁମଡେ଼ାଲା ଗ୍ରାମ ପଞ୍ଚାୟତରୁ ୪, ସାଲେପାଲି ଗ୍ରାମ ପଞ୍ଚାୟତରୁ ୩, ମାଧିଆପାଲି ଗ୍ରାମ ପଞ୍ଚାୟତରୁ ୧, ମନହୀରା ଗ୍ରାମ ପଞ୍ଚାୟତରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୭, ପାଟଣାଗଡ଼ ଏନ୍‌ଏସିରୁ ୱାଡର଼୍ ନଂ.ରୁ ୧, କଂଟାବାଂଜି ଏନ୍‌ଏସିର ୱାଡର଼୍ ନଂ. ୬ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ସିନ୍ଧେକେଲା ଗ୍ରାମ ପଞ୍ଚାୟତରୁ ୨, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରାମ ପଞ୍ଚାୟତରୁ ୩, ମଣ୍ଡଲ ଗ୍ରାମ ପଞ୍ଚାୟତରୁ ୧, ପାଟଣାଗଡ଼ ବ୍ଲକ୍‌ ଗଙ୍ଗାସାଗର ଗ୍ରାମ ପଞ୍ଚାୟତରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରାମ ପଞ୍ଚାୟତରୁ ୧, କୁସମେଲ ଗ୍ରାମ ପଞ୍ଚାୟତରୁ ୨, ପୁଇଁନ୍ତଲା ବ୍ଲକ୍‌ ବଇଁରାସର ଗ୍ରାମ ପଞ୍ଚାୟତରୁ ୨, ଭାଲେର ଗ୍ରାମ ପଞ୍ଚାୟତରୁ ୧, ଛତାମଖନା ଗ୍ରାମ ପଞ୍ଚାୟତରୁ ୧, ମଳମୁଣ୍ଡା ଗ୍ରାମ ପଞ୍ଚାୟତରୁ ୧, ପୁଇଁନ୍ତଲା ଗ୍ରାମ ପଞ୍ଚାୟତରୁ୧, ରଣ୍ଡା ଗ୍ରାମ ପଞ୍ଚାୟତରୁ ୧, ସାଆନ୍ତପୁର ଗ୍ରାମ ପଞ୍ଚାୟତରୁ ୧ ଓ ଲୁକାପଡ଼ା ଗ୍ରାମ ପଞ୍ଚାୟତରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ୩୪୭୬ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭୩ ଜଣ ଏକ୍‌ଟିଭ୍‌ ଅଛନ୍ତି ଓ ୨୬୮୮ ଜଣ ସୁସ୍ଥ ହୋଇଛନ୍ତି । ୧୫ ଜଣ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.