pakka

ରାଜ୍ୟରେ ସାମାନ୍ୟ ତଳମୁହାଁ କରୋନା ସଂକ୍ରମଣ ଗ୍ରାଫ୍‌ : ଗତ ୨୪ ଘଂଟାରେ ୮୫୨୦ ଆକ୍ରାନ୍ତ ଚିହ୍ନଟ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସାମାନ୍ୟ ତଳମୁହାଁ କରୋନା ସଂକ୍ରମଣ ଗ୍ରାଫ୍‌ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୫୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୯୩୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୫୩୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫୭୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪୨, ବାଲେଶ୍ୱରରୁ ୩୪୬, ବରଗଡରୁ ୧୪୧, ଭଦ୍ରକରୁ ୧୧୨, ବଲାଙ୍ଗିରରୁ ୨୧୭, ବୌଦ୍ଧରୁ ୮୬, କଟକରୁ ୭୮୯, ଦେବଗଡରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୯୮, ଗଞ୍ଜାମରୁ ୮୮, ଜଗତସିଂହପୁରରୁ ୧୬୫, ଯାଜପୁରରୁ ୨୫୩, ଝାରସୁଗୁଡାରୁ ୧୧୮, କଳାହାଣ୍ଡିରୁ ୨୨୬, କନ୍ଧମାଳରୁ ୧୦୦, କେନ୍ଦ୍ରାପଡାରୁ ୧୩୪, କେଉଁଝରରୁ ୧୨୬, ଖୋର୍ଦ୍ଧାରୁ ୨୨୬୨, କୋରାପୁଟରୁ ୧୫୭, ମାଳକାନଗିରିରୁ ୫୮, ମୟୁରଭଞ୍ଜରୁ ୧୮୦, ନବରଙ୍ଗପୁରରୁ ୧୯୨, ନୟାଗଡରୁ ୨୧୬, ନୂଆପଡାରୁ ୧୯୯, ପୁରୀରୁ ୧୪୯, ରାୟଗଡାରୁ ୧୮୭, ସମ୍ବଲପୁରରୁ ୧୨୭, ସୁବର୍ଣ୍ଣପୁରରୁ ୮୯, ସୁନ୍ଦରଗଡରୁ ୯୩୨ ଓ ଷ୍ଟେଟ ପୁଲ୍‌ରୁ ୪୬୬ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

2 + six =